fbpx

କୁକର୍ ସହିତ କଲେ ବିବାହ, ଆଉ ଚତୁର୍ଥୀ ଦିନ ହେଲା…, ଜାଣନ୍ତୁ ପୁରା କାହାଣୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ ବାହାଘର ଏବେ ଖୁବ ଚର୍ଚ୍ଚାରେ ରହିଛି । କାରଣ ଏହି ବ୍ୟକ୍ତି କୌଣସି ଯୁବତୀ ନୁହେଁ, ବରଂ ଗୋଟିଏ କୁକର ସହିତ ବାହା ହୋଇଛନ୍ତି । ବ୍ୟକ୍ତିଜଣକ ନିଜର ଏପରି ଅଜବ ବାହାଘରର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ବ୍ୟକ୍ତିଜଣକ ବାହାଘରର ୪ ଦିନ ପରେ ହିଁ ତଲାକ ନେଇଥିଲେ ।

ସୂଚନା ମୁତାବକ, ଇଣ୍ଡୋନେସିଆର ଖୋଇରୁଲା ଅନମ ନାମକ ବ୍ୟକ୍ତି କୁକର୍ ସହିତ ବାହା ହୋଇଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋ ସେ କୁକରକୁ ଧରିଥିବା ବେଳେ ନିଜେ ବାହାଘରର ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଆଉ ଏକ ଫଟୋରେ ସେ କୁକରକୁ କିସ୍ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । କ୍ୟାପସନରେ ସେ ଲେଖିଥିଲେ ଯେ, ‘ମୁଁ ରାଇସ୍ କୁକର ସହିତ ବାହା ହୋଇଛି । କାରଣ ଏହା ନିଷ୍ପକ୍ଷ, ଆଜ୍ଞାକାରୀ, ଭଲ ପାଉଥିବା ଓ ଖାଦ୍ୟ ରୋଷେଇ କରୁଥିବାରେ ସାହାଯ୍ୟ କରୁଛି ।’

କିନ୍ତୁ ବାହାଘରର ୪ ଦିନ ପରେ ଅନମ କୁକରଠାରୁ ତଲାକ୍ ନେଇଛନ୍ତି । ସେ ଫେସବୁକରେ ତଲାକ୍ ନେଇଥିବା ଘୋଷଣା କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ, କୁକର୍ ଖାଲି ଭାତ ରୋଷେଇ କରିପାରୁଛି ।’ ଅନମଙ୍କ ଏଭଳି ପୋଷ୍ଟକୁ ଅନେକ ଲୋକେ ଲାଇକ୍ କରୁଥିବା ବେଳେ କମେଣ୍ଟ ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.