fbpx

ବର୍ଷା ପାଇଁ ଜୀବିତ ଲୋକର ଶବ ଯାତ୍ରା!

ଝାବୁଆ: ବର୍ଷା ହେବା ପାଇଁ ଅନେକ ସମୟରେ ଭଗବାନଙ୍କୁ ପୂଜା କରିବା କଥା ଶୁଣିଥାନ୍ତି । କିନ୍ତୁ କେବେ ବର୍ଷା ପାଇଁ ଜୀବିତ ଲୋକର ଶବ ଯାତ୍ରା କରିବା କଥା ଶୁଣିଛନ୍ତି କି? ମଧ୍ୟ ପ୍ରଦେଶ ଝାବୁଆରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା । ବିଂଶ ଶତାବ୍ଦୀରେ ମଧ୍ୟ ଅନ୍ଧବିଶ୍ୱାସ ଯୋଗୁଁ ଲୋକେ ଏଭଳି କାମ କରୁଛନ୍ତି । ଏଠାରେ ଲୋକମାନଙ୍କର ବିଶ୍ୱାସ ରହିଛି ଏହି ଭଳି ଉପାୟ କଲେ ଇନ୍ଦ୍ର ଦେବତା ପ୍ରସନ୍ନ ହୁଅନ୍ତି ଏବଂ ବର୍ଷା କରାଇଥାନ୍ତି ।

ଶବ ପରି ଶୋଇଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ ଜିଲ୍ଲାରେ ବର୍ଷା ଅଭାବରୁ କୃଷକ ଫସଲ କରିପାରୁନାହିଁନ୍ତି । କୃଷି କାର୍ଯ୍ୟ ସଂପୂର୍ଣ୍ଣ ହେବାରେ ବାଧା ଉପୁଜିଛି । ବିହନ ବୁଣାସରିଥିଲେ ମଧ୍ୟ ବର୍ଷ ଅଭାବରୁ ଜମି ଶୁଖିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲୋକମାନେ ବର୍ଷା ହେବା ପାଇଁ ଏମିତି ଉପାୟ ଆପଣାଇଥାନ୍ତି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.