fbpx
BJD
BJD SKY
BJD SKY

ସୁରଙ୍କ ସରକାରୀ ସ୍କୁଲ ଗୀତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ସର୍ବଦା ନିଜର ଅଲଗା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ ପୁଣି ଥରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । ପୂର୍ବରୁ ମାଡି ଚାଲ ଗୀତ ଗାଇଥିବା ଜଟଣୀ ବିଧାୟକ ଆଉ ଏକ ଗୀତ ଗାଇଛନ୍ତି। ରବିବାର ସୁରା ଗାଇଥିବା ଗୀତଟି ସରକାରୀ ସ୍କୁଲ ଉପରେ ରହିଛି । ସରକାରୀ ସ୍କୁଲ ହଉ, କି ବେସରକାରୀ ହଉ, ମାଡି ଚାଲ…. ମୋ ମାମୁଁ କୁ ପଚାର, ମୋ ମାଇଁ କୁ ପଚାର …ମୋ ଦାଦାକୁ ପଚାର, ମୋ ଖୁଡିଙ୍କୁ ପଚାର..ଏଭଳି ଶବ୍ଦ ସଂଯୋଜନାରେ ଗୀତଟି ଅତ୍ୟନ୍ତ ଚମତ୍କାର ହୋଇଛି । ଏହି ଧୂମଧଡାକ ଗୀତରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ସହ ସ୍ୱର ଦେଇଛନ୍ତି ଯୁବ ଗୀତିକାର ମୋନାଲି । ସରକାରୀ ଓ ବେସରକାରୀ ସ୍କୁଲରେ ପିଲାଙ୍କ ପାଠ ପଢ଼ାକୁ ନେଇ ଏହି ଗୀତଟି ଆଧାରିତ । ସଂଗୀତଜ୍ଞ ଗୁଡ଼ଲି ରଥଙ୍କ ଷ୍ଟୁଡିଓରେ ଏହି ଗୀତକୁ ରେକର୍ଡ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ମେଟ୍ରିକ ପରୀକ୍ଷା ଫଳାଫଳ ପରେ କିଛି ଛାତ୍ରଛାତ୍ରୀଙ୍କ ମତାମତକୁ ନେଇ ସରକାରୀ-ବେସରକାରୀ ସ୍କୁଲ ବିବାଦ ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ମିମ ମଧ୍ୟ ଶେୟାର ହୋଇଥିଲା । ସୁର ରାଉତରାୟଙ୍କ ମଜାଳିଆ ଅନ୍ଦାଜ ବର୍ତ୍ତମାନ ସମୟରେ ଏହି ଗୀତକୁ ଆହୁରି ଲୋକପ୍ରିୟ କରିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.