ମହିଳାଙ୍କ ପରେ ଏବେ ପୁରୁଷ ଲଗାଇଲେ ଦେହରେ ନିଆଁ, ରାଜଧାନୀରେ ଯୁବକଙ୍କ ଆତ୍ମାହୁତି

ଭୁବନେଶ୍ୱର: ରାଜଧାନୀରେ ନିଜକୁ ଜାଳିଦେଲେ ଯୁବକ । ଖଣ୍ଡଗିରି ଥାନା ଅଞ୍ଚଳର ଏକ ଘରୋଇ କଲେଜରେ ଯୁବକ ଜଣକ ଦେହରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି ।

ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା । ଯୁବକଙ୍କ ଶରୀର ୧୫% ପୋଡ଼ିଯାଇଥିବା ସୂଚନା । ଯୁବକଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ପାରିବାରିକ କଳହକୁ ନେଇ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି ।