fbpx

ରୋଟିରେ ଛେପ ଲଗାଇ ଗ୍ରାହକଙ୍କୁ ପରସୁଥିଲେ ହୋଟେଲ କର୍ମଚାରୀ, ଧରାପଡିଲା ପରେ…

Man Spits On Tandoori Roti in noida man arrested

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନକୁ ଆସିଛି । ଏକ ହୋଟେଲରେ ରୋଟି ଏବଂ ତନ୍ଦୁର ପ୍ରସ୍ତୁତ କରୁଥିବା ସମୟରେ ଛେପ ପକାଇ ଗ୍ରାହକଙ୍କୁ ପରଷୁଥିଲେ ଯୁବକ । କଥାଟି ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ । ଗ୍ରେଟର ନୋଏଡାର ରବୁପୁରା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଅଭିଯୋଗ ଅନୁସାରେ, ହୋଟେଲରେ ରୋଟି ତିଆରି କରୁଥିବା ମୁସଲିମ୍ ଯୁବକ ରୋଟି କରିବା ସମୟରେ ଛେପ ପକାଇଥିଲେ । ତେବେ ଜଣେ ଗ୍ରାହକ ଏହାକୁ ଦେଖି ଉକ୍ତ ଯୁବକର ଭିଡିଓ ତିଆରି କରିଥିଲେ । ଏହାପରେ ଖବର ଚାରିଆଡେ ବ୍ୟାପିଯିବା ପରେ ଲୋକେ ପୋଲିସ କମିଶନରଙ୍କ ନିକଟରେ ଦ୍ବାରସ୍ଥ ହୋଇ ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରୁଥିଲେ ।

ତେବେ ଏନେଇ ସ୍ଥାନୀୟ ପୋଲିସ ଜାତୀୟ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଭିଯୋଗ ଏବଂ ଭାଇରାଲ ଭିଡିଓକୁ ଆଧାର କରି ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ତେବେ ଛେପ ଲଗାଇ ରୋଟି କରୁଥିବା ଯିବକଙ୍କ ନାମ ଚାନ୍ଦ ହୋଇଥିବା ବେଳେ ସେ ରବୁପୁରା କସ୍ବେ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ତେବେ ଉକ୍ତ ହୋଟେଲକୁ ଲୋକେ ଖାଦ୍ୟ ଖାଇବା ପାଇଁ ଯାଇଥିବା ବେଳେ ଏହା ଦେଖି ଭିଡିଓ ବନାଇଥିବା କହିଛନ୍ତି ପୋଲିସ ଅଧିକାରୀ । ତେବେ ଉକ୍ତ ଯୁବକକୁ ଗିରଫ କରାଯିବା ସହିତ କେଉଁ କାରଣ ପାଇଁ ସେ ଏଭଳି କରିଥିଲା ସେନେଇ ପଚରାଉଚରା ଜାରି ରହିଛି ।

ତେବେ କହି ରଖୁଛୁ କି ପୂର୍ବରୁ ମଧ୍ୟ ଏଭଳି ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଥିଲା । ସେକ୍ଚର-121 ନିକଟ ଏକ ହୋଟେଲରେ ଜଣେ ବ୍ୟକ୍ତି ସରବତରେ ଛେପ ପକାଇ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

Get real time updates directly on you device, subscribe now.