(Viral Video) ଭୁଲି ଗଲେ ହିତାହିତ ଜ୍ଞାନ, ଟ୍ରେନ ଝରକାରୁ କଲେ ଏଭଳି କାମ… ଲୋକେ କହିଲେ ଛି ଛି
ଜଣେ ବ୍ୟକ୍ତି କିଛି ଏଭଳି ହରକତ୍ କରୁଛନ୍ତି ଯାହାକୁ ଲୋକେ ମଧ୍ୟ ଛି ବୋଲି କହିଛନ୍ତି।
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓ ଏକ ଟ୍ରେନର। ଯେଉଁଥିରେ ଜଣେ ବ୍ୟକ୍ତି କିଛି ଏଭଳି ହରକତ୍ କରୁଛନ୍ତି ଯାହାକୁ ଲୋକେ ମଧ୍ୟ ଛି ବୋଲି କହିଛନ୍ତି।
ବାସ୍ତବରେ ଏହି ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନ ଝରକା ପାଖରେ ଛିଡା ହୋଇ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି। ଏଭଳି କାର୍ଯ୍ୟ କରିବାକୁ ତାଙ୍କୁ ଟିକିଏ ସଙ୍କୋଚ ମଧ୍ୟ ଲାଗୁନି। ନା ସେହି ବ୍ୟକ୍ତିଙ୍କୁ ପାଖରେ ଥିବା ଲୋକଙ୍କ ଖାତିର ଅଛି ନା ଏଭଳି କାମ କରିବାକୁ ତାଙ୍କୁ ଟିକିଏ ଲାଜ ଲାଗୁଛି।
ଭିଡିଓରେ ଜଣାପଡ଼ୁଛି କି ଟ୍ରେନ ଚାଲୁଛି, ପାଖରେ ଅନ୍ୟ ପାସେଞ୍ଜର ମଧ୍ୟ ଅଛନ୍ତି। କିଛି ଲୋକ ମୋବାଇଲରେ ଏହାକୁ ରେକଡିଂ ମଧ୍ୟ କରୁଛନ୍ତି। ଏଭଳି ଅପରିଷ୍କାର ମଣିଷ ଟ୍ରେନର ଝରକା ପାଖରେ ଛିଡ଼ା ହୋଇ ପରିସ୍ରା କରୁଛନ୍ତି।
वॉशरूम जा सकता था लेकिन इसे बेहतर विकल्प खिड़की ही लगी
इसके लिए भी सरकार ही दोषी होगी pic.twitter.com/G8cfvm2xv4
— Kikki Singh (@singh_kikki) July 21, 2025
ଟ୍ରେନ କୋଚ୍ ଏବଂ ଟଏଲେଟ ଭିତରେ ଯେମିତି ଏହି ବ୍ୟକ୍ତି ଜଣଙ୍କ ଫରକ୍ କ’ଣ ଜାଣି ନାହିଁନ୍ତି। ପାସେଞ୍ଜର କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର୍ସ ମଧ୍ୟ ବ୍ୟକ୍ତିଙ୍କୁ ଟ୍ରୋଲ କରିଛନ୍ତି। କିଛି ଲୋକ ରେଳ ବିଭାଗରେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ମଧ୍ୟ କହିଛନ୍ତି।