fbpx
BJD
BJD SKY
BJD SKY

ଗୁରୁଗ୍ରାମର କୋଟିପତି ଚୋର! ୪୦ ଲକ୍ଷ ଗାଡିରେ ଆସି ଚୋରି କଲା ଏମିତି ଜିନିଷ

ଗୁରୁଗ୍ରାମ: ହରିୟାଣାର ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଚୋର ତ ଚୋର, ସେ ପୁଣି କୋଟିପତି ଚୋର । ୪୦ ଲକ୍ଷ ଟଙ୍କାର ଗାଡିରେ ଆସି ଏମିତି ଜିନିଷ ଚୋରି କରୁଛି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ବାବୁଙ୍କର ଏପରି କାରନାମା କ୍ୟାମେରାରେ ରେକର୍ଡ ହୋଇଯାଇଛି । ଏବଂ ଏହାର ଏକ ଭିଡିଓ ଏବେ ଇଣ୍ଟରନେଟରେ ଧୁମ ମଚାଇଛି ।

ଜି-୨୦ ବୈଠକ ପାଇଁ ହରିୟାଣାର ଗୁରୁଗ୍ରାମ ରାସ୍ତାରେ ସାଜସଜ୍ଜା ଏବଂ ଅନ୍ୟାନ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ରାସ୍ତାକଡରେ ଫୁଲଗଛ ଲଗାଇ ଅତିଥିଙ୍କୁ ସ୍ୱାଗତ କରିବାର ବ୍ୟବସ୍ଥା ହୋଇଛି । କିନ୍ତୁ କିଛି ଲୋକ ଏହି ଫୁଲଗଛକୁ ଚୋରି କରି ନେଉଥିବା ଘଟଣା ସାମନାକୁ ଆସିଛି । ତେବେ ଜଣେ ବ୍ୟକ୍ତିର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଆମ୍ବିଏନ୍ସ ମଲର ଲୀଳା ହୋଟେଲରେ ଜି-୨୦ ବୈଠକର ଆୟୋଜନ କରାଯାଉଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଫୁଲଗଛ ଲଗାଇ ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଉଛି ।

ଏହି ବାବୁ ଜଣକ ୪୦ ଲକ୍ଷ ଟଙ୍କାର ଏକ ଗାଡିରେ ଆସି ଏହି ଫୁଲଗଛକୁ ଚୋରି କରୁଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିଲା । ପରେ ଏହା ସୋସିଆଲ ମିଡିଆରେ ଅପଲୋଡ ହେବାରୁ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ଭିଡିଓ । ତେବେ ଏହି ଭିଡିଓ ସହ ଏ ଘଟଣାକୁ ନେଇ ଜିଏମଡି ତରଫରୁ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.