fbpx

Drill Machine ରେ ମସ୍ତିଷ୍କରେ କଣା କରି… ସ୍ୱପ୍ନକୁ ନିୟନ୍ତ୍ରଣ କରିବା ପାଇଁ ଭୟଙ୍କର ପଦକ୍ଷେପ

ନୂଆଦିଲ୍ଲୀ: ଆଜିକାଲି ଲୋକମାଙ୍କ ଚିନ୍ତାଧାରାରେ ଅନେକ ହିସ୍ରାତ୍ମକ ମନୋଭାବ ଦେଖାଦେଉଛି । ଯାହା ଫଳରେ ବିଭିନ୍ନ ଅମାନୁଷିକ ତଥା ଭୟଙ୍କର ପଦକ୍ଷେପ ନେଉଛି ମାନବଜାତି । ସେହିଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ସ୍ୱପ୍ନକୁ ନିୟନ୍ତ୍ରଣ କରିବା ପାଇଁ ଇଚ୍ଛା କରିଛନ୍ତି । ଯାହା ପାଇଁ ସେ ନେଇଛନ୍ତି ଏକ ଭୟାନକ ପଦକ୍ଷେପ । ଏକ ଡ୍ରିଲ ମେସିନ ସାହାଯ୍ୟରେ ସେ ନିଜ ମସ୍ତିଷ୍କ କଣା କରି ଦେଇଛନ୍ତି । ଏହାପରେ ଯାହା କରିଛନ୍ତି ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।

ସୂଚନା ଅନୁସାରେ, ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଋଷର ସାଇବେରିଆ ଅଞ୍ଚଳରେ । ମାଇକଲ ରେଡୁଗା ନାମକ ଜଣେ ବ୍ୟକ୍ତିଙ୍କ ଅଦ୍ଭୁତ କାଣ୍ଡକୁ ନେଇ ଟ୍ୱିଟରରେ ଏକ ପୋଷ୍ଟ ଦେଖାଯାଇଛି । ଘରେ ବ୍ୟବହାର ହେଉଥିବା ଏକ ଡ୍ରିଲ ମେସିନରେ ସେ ନିଜ ମସ୍ତିଷ୍କ କଣା କରି ଦେଇଛନ୍ତି । ଏହାପରେ ସେ ଏହି ବାଟରେ ମୁଣ୍ଡରେ ଛୋଟ ମାଇକ୍ରୋ ଚିପ୍ ଲଗାଇବାକୁ ଚେଷ୍ଟା କରିଥିଲେ ରେଡୁଗା । ତେବେ ଏମିତି କରିବା ପଛରେ ରେଡୁଗାଙ୍କର ମୁଖ୍ୟ କାରଣ ହେଉଛି ସ୍ୱପ୍ନ ଉପରେ ନିୟନ୍ତ୍ରଣ କରିବା । ନିଜ ସ୍ୱପ୍ନକୁ ନିଜ ଅଧୀନରେ ରଖିବା ପାଇଁ ସେ ଏପରି କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଡ୍ରିଲିଙ୍ଗ ସମୟରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଛି । ତେବେ ଏପରି କାଣ୍ଡ କରିବା ପୂର୍ବରୁ ସେ ୟୁଟ୍ୟୁବ ଦେଖି ନ୍ୟୁରୋସର୍ଜନଙ୍କ କାମ କରିବାର ଶୈଳୀକୁ ଦେଖିଥିଲେ ।

ତେବେ ଏ ଘଟଣା ନେଇ ରେଡୁଗା ସମସ୍ତ କାହାଣୀ ବଖାଣିଛନ୍ତି । ସେ କହିଛନ୍ତି ଯେ, ମାର୍କେଟରୁ ଡ୍ରିଲ ମେସିନ୍ କିଣିବା ପରେ ନିଜ ମସ୍ତିଷ୍କରେ କଣା କରି ଏଥିରେ ଇଲେକ୍ଟ୍ରୋଡ ଇମ୍ପ୍ଲାଣ୍ଟ କରିଥିଲେ । ତେବେ ଏହାପରେ ସେ ନିଜ ଟ୍ୱିଟର ପେଜରେ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ସେ ନିଜ ମସ୍ତିଷ୍କର ଏଗ୍ସରେ କପି ମଧ୍ୟ ସେୟାର କରିଛନ୍ତି । ଏଥିରେ ତାଙ୍କ ବ୍ରେନରେ ଥିବା ଇଲେକ୍ଟ୍ରୋଡ ଦେଖିବାକୁ ମିଳିଛି । ତେବେ ଅପରେସନ ସମୟରେ ରକ୍ତାଭାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାନ୍ତା ବୋଲି କହିଥିଲେ ରେଡୁଗା । କିନ୍ତୁ ଭବିଷ୍ୟତରେ ସ୍ୱପ୍ନକୁ ନିୟନ୍ତ୍ରଣ କରିବାର ସେ ଏକ ସମ୍ଭାବନା ସୃଷ୍ଟି କରିଛନ୍ତି ।

Get real time updates directly on you device, subscribe now.