fbpx

ବିମାନରେ ମାସ୍କ ବଦଳରେ ଅଶ୍ଲୀଳ କପଡ଼ା ପିନ୍ଧିଲେ ଯୁବକ, କର୍ମଚାରୀ ବି ଆଶ୍ଚର୍ଯ୍ୟ; ଦେଖନ୍ତୁ ଭିଡିଓ

ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ସତର୍କତା ଆହୁରି ବଢ଼ିଯାଇଛି । ପବ୍ଲିକ୍ ଟ୍ରାନ୍ସପୋର୍ଟ, ଟ୍ରେନ୍, ପ୍ଲେନ ସମେତ ଅନେକ ସ୍ଥାନରେ ଲୋକଙ୍କୁ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହାରି ମଧ୍ୟରେ ଆମେରିକାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ମାସ୍କ ବଦଳରେ ଅଶ୍ଲୀଳ କପଡ଼ା ପିନ୍ଧି ପ୍ଲେନରେ ବସିଥିଲେ । ଏହାକୁ ଦେଖିବା ପରେ ପ୍ଲେନର ଅଧିକାରୀମାନେ ବି ଆଶ୍ଚର୍ଯ୍ୟ ହୋଇପଡିଥିଲେ ।

ଏହା ପରେ ପ୍ଲେନର ଅଧିକାରୀମାନେ ଏହାର ବିରୋଧ କରିଥିଲେ ଓ ଜବରଦସ୍ତ ଯୁବକଙ୍କୁ ପ୍ଲେନରୁ ବାହାର କରି ଦେଇଥିଲେ ।

ସ୍ଥାନୀୟ ଚ୍ୟାନେଲ ଦ୍ୱାରା ଗୁରୁବାର ଦିଆଯାଇଥିବା ରିପୋର୍ଟ ମୁତାବକ, ଯୁବକ ଜଣକ ଫେସ୍ ମାସ୍କ ବଦଳରେ ନାଲି ରଙ୍ଗର ଅଶ୍ଲୀଳ କପଡ଼ା ପିନ୍ଧିଥିଲେ । ଏହି କାରଣରୁ ତାଙ୍କୁ ଫ୍ଲୋରିଡାଠାରେ ୟୁନାଇଟେଡ୍ ଏୟାରଲାଇନ୍ସରୁ ବାହାର କରିବାକୁ ବାଧ୍ୟ ହୋଇଥିଲେ କର୍ମଚାରୀ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.