fbpx
BSKY SKY
BSKY SKY

ସୋସିଆଲ ମିଡିଆର ପୋଷ୍ଟ ପଡ଼ିଲା ଭାରି : ଓଡିଶାର କୃଷକଙ୍କ ଫାର୍ମରୁ କେଜି ପ୍ରତି ୨.୫ ଲକ୍ଷର ଆମ୍ବ ହେଲା ଚୋରି

BSKY

ନୂଆପଡ଼ା : ଦେଶ-ବିଦେଶରେ ସମସ୍ତେ ଆମ୍ବ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ଗ୍ରୀଷ୍ମ ଋତୁରେ ଏହା ପ୍ରଚୁର ପରିମାଣରେ ମିଳିଥାଏ । ଲୋକମାନେ ସାଧାରଣତଃ ଆମ୍ବକୁ କିଣି ଖାଆନ୍ତି କିନ୍ତୁ କେତେକ ଲୋକ ଏହାକୁ ବଗିଚାରୁ ଚୋରି କରି ମଧ୍ୟ ଖାଆନ୍ତି । ଆଜିକାଲି ସୋସିଆଲ ମିଡିଆ ସମସ୍ତେ ବ୍ୟବହାର କରିଲେଣି । କିନ୍ତୁ ଦୁଃଖର ବିଷୟ ଏହା ଯେ ଜଣେ କୃଷକଙ୍କ ଉପରେ ସୋସିଆଲ ମିଡିଆ ବ୍ୟବହାର ଭାରି ପଡିଛି । ଓଡ଼ିଶାର ନୂଆପଡ଼ା ଜିଲ୍ଲାର ଜଣେ କୃଷକଙ୍କ ବଗିଚାରୁ କେଜି ପ୍ରତି ୨.୫ ଲକ୍ଷର ଆମ୍ବ ଚୋରି ହୋଇଛି ।

ସୂଚନା ଅନୁସାରେ ନୂଆପଡ଼ାର ଲକ୍ଷ୍ମୀରାୟଣ ନାମକ ଜଣେ କୃଷକ ନିଜ ଫାର୍ମରେ ୩୮ ପ୍ରକାର ଆମ୍ବ ଗଛ ଲଗାଇଛନ୍ତି । ଏହି ଆମ୍ବର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ବହୁତ ଅଧିକ । ମୂଲ୍ୟ ଅଧିକ ଥିବା ଯୋଗୁଁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ ଏଥି ସହିତ ସେ ଆମ୍ବ ବାଣ୍ଟିବାକୁ ମଧ୍ୟ ଭାବୁଥିଲେ । ଏହି ଆମ୍ବଟି ଥିଲା ଜାପାନର । କିନ୍ତୁ ସେହି ସମୟରେ କୃଷକଙ୍କ ବଗିଚାରୁ ତାହା ଚୋରି ହୋଇଥିଲା । ଏହି ଘଟଣା ପରେ ଲକ୍ଷ୍ମୀନାରାୟଣଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଅନ୍ୟ କୃଷକମାନେ ମଧ୍ୟ ଭୟଭୀତ ହୋଇଯାଇଛନ୍ତି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ମାମଲାର ଯାଞ୍ଚ କରିବା ଆରମ୍ଭ କରିଦେଇଛି ।

ଜାପାନର ମିୟାଜାକୀ ଭେରାଇଟର ଆମ୍ବର ମୂଲ୍ୟ ବିଶ୍ୱରେ ସର୍ବାଧିକ ରହିଥିବା ବେଳେ ନିକଟରେ ସୋସିଆଲ ମିଡ଼ିଆ ପୋଷ୍ଟ ପରେ ଏହାର ଲୋକପ୍ରିୟତା ବହୁତ ବଢ଼ିଯାଇଥିଲା । ଗୋଟିଏ ଆମ୍ବର ମୂଲ୍ୟ ୪୦ ହଜାର ରହିଥିବା ବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଏହି ଆମ୍ବର ମୂଲ୍ୟ କେଜି ପ୍ରତି ୨.୭୫ ଲକ୍ଷ ରହିଥିଲା । ତିନି ଦିନିଆ ସିଲିଗୁଡ଼ି ଆମ୍ବ ମହୋତ୍ସବର ସପ୍ତମ ସଂସ୍କରଣରେ ଏହି ଦାମିକିଆ ଆମ୍ବ ‘ମିୟାକାଜୀ’ ସ୍ଥାନ ପାଇଥିଲା । ଏହି ମହୋତ୍ସବରେ ୨୬୨ ପ୍ରକାରର ଆମ୍ବ ଦେଖିବାକୁ ମିଳିଥିବା ବେଳେ ୫୫ ଜଣ କୃଷକ ଏଥିରେ ଭାଗ ନେଇଥିଲେ । ଏହି ଶୋ’ରେ ଆଲଫୋନସୋ, ଲାଙ୍ଗ୍ରା, ଆମ୍ରପାଲି, ସୂର୍ଯ୍ୟପୁରୀ, ରାଣୀପସନ୍ଦ, ଲକ୍ଷ୍ମଣଭୋଗ, ଫାଜଲି, ସିନ୍ଦୁ, ହିମସାଗର, କୋହିତୁର ଓ ଅନ୍ୟ ଭେରାଇଟର ଆମ୍ବ ଦେଖିବାକୁ ମିଳିଥିଲା । ଏହି ଘଟଣାଟି କୃଷକଙ୍କ ସୁରକ୍ଷା ଏବଂ ସ୍ଥାନୀୟ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ଏହି ଘଟଣା ପରେ କୃଷକଙ୍କୁ ଚୋରଙ୍କ କବଳରୁ କିପରି ସୁରକ୍ଷା ଦିଆଯିବ ସେ ନେଇ ପ୍ରଶାସନିକ ଅଧିକାରୀ ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ।

 

Get real time updates directly on you device, subscribe now.