fbpx

ପୁଣି ମନୀଷ ସିସୋଦିଆଙ୍କୁ ଝଟ୍‌କା, ବଢିଲା ଜେଲ୍ ଅବଧି

Advertisement

ନୂଆଦିଲ୍ଲୀ: ଆପ୍ ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ କ୍ୟାବିନେଟ୍ ସହଯୋଗୀ ମନୀଷ ସିସୋଦିଆଙ୍କୁ ବଡ ଝଟକା ଲାଗିଛି । ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିପାରିଲା ନାହିଁ । ଅନ୍ୟପକ୍ଷରେ ତାଙ୍କ ଜେଲ୍ ଅବଧିକୁ ୨୨ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହାର ଅର୍ଥ ମନୀଷ ସିସୋଦିଆ ଏବେ ଜେଲ୍‌ରେ ବନ୍ଦ ରହିବେ । ଏଠାରେ ସୂଚାଇ ଦିଆଯାଇପାରେ କି ଦୁର୍ନିତୀ ସାମ୍ନାକୁ ଆସିବା ପରେ ଦିଲ୍ଲୀ ଅବକାରୀ ନୀତିକୁ ନିରସ୍ତ୍ର କରିଦିଆଯାଇଛି । ଏହି ମାମଲାରେ କେଜ୍ରିୱାଲ ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀଙ୍କ ଯାଞ୍ଚ ଜାରି ରହିଛି ।

ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଦ ଦୁର୍ନିତୀ ମାମଲାରେ ସୋମବାର ସକାଳେ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଆପ୍ ନେତା ମନୀଷ ସିସୋଦିଆଙ୍କୁ କୋର୍ଟ ୨୨ ଫେବୃୟାରୀ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ମନୀଷ ସିସୋଦିଆ ଜାମିନ ସହିତ ପାରୋଲକୁ ନେଇ କୋର୍ଟରେ ଆବେଦନ ଦାଖଲ କରିଥିଲେ । କିନ୍ତୁ ତାଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳି ନାହିଁ ।

Get real time updates directly on you device, subscribe now.