fbpx

‘ମନ୍ କୀ ବାତ୍’: ଦେଶବାସୀଙ୍କୁ କ’ଣ ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ

ନୂଆଦିଲ୍ଲୀ, ୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍ କୀ ବାତ୍’ର ୭୫ତମ ଏପିସୋଡରେ ଦେଶବାସୀଙ୍କୁ ନିଜର ମନର କଥା କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଭାରତରେ ଚାଲିଛି । ତେଣୁ ସମସ୍ତଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଦେଶରେ ବରିଷ୍ଠ ନାଗରିକମାନେ ଟିକା ଗ୍ରହଣ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକଟ କରିଛନ୍ତି । ତେଣୁ ଟିକା ନେବା ସହ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତମାତାର କୋଳରେ ଅନେକ ମୂଲ୍ୟବାନ ରତ୍ନ ରହିଛନ୍ତି । ରାଷ୍ଟ୍ରର ଉନ୍ନତି କାମନା ସହ କାର୍ଯ୍ୟ କରିବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ । ଟିକାକରଣକୁ ନେଇ ଅନେକ ଚିଠି ଲେଖିଥିବା ଭୁବନେଶ୍ୱରର ପୁଷ୍କା ଶୁକ୍ଲାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.