fbpx

ମନୋଜ ବର୍ମା ହେବେ କୋଲକାତା ପୋଲିସ କମିଶନର; ବିନୀତ ଗୋଏଲଙ୍କୁ ହଟାଇଲେ ଦିଦି

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ପରେ ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟପକ୍ଷରେ କୋଲକାତା ପୁଲିସ କମିସନର ବିନୀତ ଗୋଏଲଙ୍କୁ ପଦରୁ ହଟାଇ ଦିଆଯାଇଛି । ୧୯୯୮ ବ୍ୟାଚ୍ ଆଇପିଏସ୍ ଅଫିସର ମନୋଜ ବର୍ମାଙ୍କୁ ରାଜ୍ୟ ସରକାର କୋଲକାତା ପୁଲିସର ନୂଆ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ।

ବିନୀତ ଗୋଏଲଙ୍କୁ ଏସଟିଏଫକୁ ବଦଳି କରାଯାଇଛି । ବିକ୍ଷୋଭକାରୀ ଡାକ୍ତରମାନେ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଏହାପରେ ମମତା ବାନାର୍ଜୀ କହିଥିଲେ ଯେ ସରକାର ୪ଟି ଦାବି ମଧ୍ୟରୁ ୩ଟିକୁ ଗ୍ରହଣ କରିଛନ୍ତି । ଅନ୍ୟତମ ଦାବି ଥିଲା କୋଲକାତା ପୋଲିସ କମିଶନରଙ୍କୁ ହଟାଇବା ।

କ’ଣ ଦାବି ଥିଲା?

ଅନ୍ୟ ଦୁଇଟି ଦାବି ହେଲା ମେଡିକାଲ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ହଟାଇବା।

କେଉଁ ଦାବି ଗ୍ରହଣ କରାଗଲା ନାହିଁ?

ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ନାରାୟଣ ସ୍ୱରୂପ ନିଗମଙ୍କୁ ହଟାଇବା ପାଇଁ ଆନ୍ଦୋଳନରତ ଡାକ୍ତରଙ୍କ ଦାବିକୁ ମମତା ବାନାର୍ଜୀ ଗ୍ରହଣ କରିନଥିଲେ।

Get real time updates directly on you device, subscribe now.