fbpx

ଭାରତୀୟ ଫୁଟବଲ ଟିମର ନୂଆ କୋଚ୍ ଙ୍କ ନାଁ ଘୋଷଣା , ସ୍ପେନର ମାନୋଲୋ ମାର୍କେଜ୍ ଙ୍କୁ ଦାୟିତ୍ୱ

ମୁମ୍ବାଇ : ଭାରତୀୟ ପୁରୁଷ ଫୁଟବଲ ଦଳରନୂଆ କୋଚ୍ ଭାବେ ସ୍ପେନର ମନୋଲୋ ମାର୍କେଜଙ୍କୁ ନିଯୁକ୍ତ କରାଯାଇଛି। ସମ୍ପ୍ରତି ସେ ଇଣ୍ଡିଆନ୍ ସୁପର ଲିଗ୍ ଦଳ ଏଫସି ଗୋଆର କୋଚ୍ ଅଟନ୍ତି। ଫୁଟବଲ ଫେଡେରେଶନର କାର୍ଯ୍ୟନିର୍ବାହୀ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ ମାନୋଲୋ ମାର୍କେଜ୍ ବହିଷ୍କୃତ କୋଚ୍ ଇଗୋର ଷ୍ଟିମାକଙ୍କ ସ୍ଥାନ ନେବେ। ବର୍ତ୍ତମାନର ଫୁଟବଲ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ତାଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ତାଙ୍କ ପାଖରେ ପ୍ରଶିକ୍ଷଣ ଅଭିଜ୍ଞତା ଅଛି ଯାହା ଭାରତୀୟ ଫୁଟବଲ ଦଳ ପାଇଁ କାମରେ ଆସିପାରେ ।

ଶନିବାର ସର୍ବଭାରତୀୟ ଫୁଟ୍ ବଲ୍ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ୫୫ ବର୍ଷୀୟ ମାର୍କେଜଙ୍କୁ ଶୀର୍ଷ ପଦରେ ନିଯୁକ୍ତ କରାଯାଇଛି। ଏଆଇଏଫଏଫ୍ ଏକ ବିବୃତ୍ତିରେ କହିଛି ଯେ କମିଟି ତାଙ୍କ ନିଷ୍ପତ୍ତିରେ ବରିଷ୍ଠ ପୁରୁଷ ଜାତୀୟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ଉପରେ ବିଚାର ବିମର୍ଶ କରିଥିଲା ଏବଂ ତୁରନ୍ତ ଏହି ପଦ ପାଇଁ ମନୋଲୋ ମାର୍କେଜଙ୍କୁ ମନୋନୀତ କରିଥିଲା। ମାର୍କେଜ୍ ୨୦୨୪-୨୫ ସିଜନ ପାଇଁ ଏଫସି ଗୋଆର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ବଜାୟ ରଖିବେ। ପୂର୍ଣ୍ଣକାଳୀନ ଭିତ୍ତିରେ ଜାତୀୟ ଦଳର କୋଚ୍ ହେବା ପୂର୍ବରୁ ସେ ଉଭୟ ଦାୟିତ୍ବ ଏକାସାଙ୍ଗରେ ତୁଲାଇବେ।

Get real time updates directly on you device, subscribe now.