(Video) ଓଠରେ ସୁପରଗ୍ଲୁ ଲଗାଇ କରୁଥିଲେ ରିଲ୍ସ, ସତରେ ସିଲ୍ ହୋଇଗଲା ପାଟି ତାପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଯୁଗରେ ଲୋକମାନେ ଭାଇରାଲ ହେବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି । ନାଚ, ଗୀତ ଏବଂ ପ୍ରାଙ୍କ ଭଳି କାର୍ଯ୍ୟ କରିଥାନ୍ତି । ଏହାରି ଭିତରେ ଫିଲିପାଇନ୍ସର ଜଣେ ବ୍ୟକ୍ତିଙ୍କ ଏକ ଭିଡିଓ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଛି । ବ୍ୟକ୍ତିଜଣକ ପାଟିରେ ସୁପରଗ୍ଲୁ ଲଗାଇ ରିଲ୍ସ କରୁଥିବା ବେଳେ ସତରେ ତାଙ୍କ ପାଟି ସିଲ୍ ହୋଇଯାଇଛି ।

ଏହାର ଭିଡିଓ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣକ ଏକ ଦୋକାନରେ ବସି ସୁପରଗ୍ଲୁର ଏକ ଟ୍ୟୁବ୍ ଧରି ଏହାକୁ ଖେଳରେ କ୍ୟାମେରାକୁ ଦେଖାଉଛନ୍ତି । ସେ ତାଙ୍କ ଓଠରେ ଲଗାଇ ଦେଖୁଥିବା ବେଳେ ହଠାତି ଓଠଟି ସିଲ୍ ହୋଇଯାଇଛି ।

ବ୍ୟକ୍ତିଜଣକ ମୁହଁ ଖୋଲିବା ପାଇ ସଂଘର୍ଷ କରୁଥିଲେ ହେଁ ଏହା ସମ୍ଭବପର ହୋଇପାରୁ ନାହିଁ । ଯେତେବେଳେ ସେ ଅନୁଭବ କରନ୍ତି ଯେ ତାଙ୍କ ଓଠ ଆଉ ଖୋଲୁ ନାହିଁ, ସେତେବେଳେ ତାଙ୍କର ମନୋରଞ୍ଜନ ଭୟରେ ପରିଣତ ହୋଇଛି । ଏପିରିକି ସେ କାନ୍ଦୁଥିବା ମଧ୍ୟ ଦେଖାଯାଇଛି ।

ସୋସିଆଲ ମିଡିଆରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬.୭ ମିଲିୟନ ଲୋକ ଦେଖି ସାରିଛନ୍ତି । ତେବେ ଭିଡିଓ ଦେଖି ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଏଭଳି ମଜା କରିବା ମହଙ୍ଗା ପଡିପାରେ ବୋଲି କୁହାଯାଇଛି ।

 

View this post on Instagram

 

A post shared by Badis TV (@badis_tv)