fbpx

ପୁଣି ଥରେ ଫାଇନାଲରେ ପ୍ରବେଶ କଲେ ମନୁ ଭାକର; ସୁଟିଂରେ ସ୍ୱର୍ଣ୍ଣ ପଦକ ଆଶା

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ୨୫ ମିଟର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଶୁଟର ମନୁ ଭାକର । ମନୁ ଭାକର ପୂର୍ବରୁ ପ୍ୟାରିସ୍ ଅଲିମ୍ପିକ୍ସରେ ଦୁଇଟି ଭିନ୍ନ ଭିନ୍ନ ଶୁଟିଂ ଇଭେଣ୍ଟରେ ଦୁଇଟି କାଂସ୍ୟ ପଦକ ଜିତିସାରିଛନ୍ତି । ୨୫ ମିଟର ସ୍ପୋର୍ଟସ ପିସ୍ତଲ ଇଭେଣ୍ଟର ଫାଇନାଲରେ ପହଞ୍ଚିବା ପରେ ଏବେ ତୃତୀୟ ପଦକ ଆଶା ବଢିଯାଇଛି ।

ଭାରତର ଇଶା ସିଂହ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ ମଧ୍ୟ ସ୍କୋରରେ ପଛରେ ପଡ଼ିବାରୁ ଫାଇନାଲରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ । ମନୁ ଭାକର ପ୍ରଥମ ଭାରତୀୟ ଖେଳାଳି ଯିଏ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି ।

ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଭାରତକୁ ପ୍ରଥମ ପଦକ ଦେଇଥିଲେ । ୧୦ ମିଟର ଏୟାର ପିସ୍ତଲ ଗୁଳିକାଣ୍ଡର ମହିଳା ଫାଇନାଲରେ ସେ ତୃତୀୟ ସ୍ଥାନରେ ରହିଥିଲେ । ଏହାପରେ ମନୁ ଭାକର ୧୦ ମିଟର ଏୟାର ପିସ୍ତଲର ମିଶ୍ରିତ ଦଳଗତ ଇଭେଣ୍ଟରେ ସରବଜୋତ ସିଂହଙ୍କ ସହ କାଂସ୍ୟ ପଦକ ଜିତିଥିଲେ ।

Get real time updates directly on you device, subscribe now.