fbpx

ପୁଣି ପ୍ୟାରିସ ଯିବେ ମନୁ-ଶ୍ରୀଜେଶ, ମିଳିଲା ବଡ଼ ଦାୟିତ୍ୱ: ଅଲିମ୍ପିକ ସମାପନରେ ଉଡ଼ାଇବେ ତ୍ରିରଙ୍ଗା

ନୂଆଦିଲ୍ଲୀ: ପୁଣିଥରେ ପ୍ୟାରିସ ଅଲିମ୍ପିକ୍ସକୁ ଆସିବେ ଭାରତର ୨ କାଂସ୍ୟବିଜେତା । ପ୍ୟାରିସ ଅଲିମ୍ପିକ୍ସରେ ଟିମ ଇଣ୍ଡିଆର ଗେରବ ବୃଦ୍ଧି କରିଥିବା ଷ୍ଟାର ଶୁଟର ମନୁ ଭାକର ଏବଂ ଭାରତୀୟ ହକି ଦଳର ମନୁ ଭାକରଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ଅଲିମ୍ପିକ-୨୦୨୪ର ସମାପନ ସମାରୋହରେ ଭାରତୀୟ ଦଳର ଧ୍ୱଜାବାହକ ଭାବରେ ଦାୟିତ୍ୱ ବହନ କରିବେ ଉଭୟ କାଂସ୍ୟବିଜେତା । ଏ ନେଇ ଭାରତୀୟ ଅଲିମ୍ପିକ ସଂଘ(IOA)ର ଅଧ୍ୟକ୍ଷ ପିଟି ଉଷା ଘୋଷଣା କରିଛନ୍ତି ।

ଏ ନେଇ ଆଇଓଏ କହିଛି ଯେ, ପ୍ୟାରିସ ଅଲିମ୍ପିକ୍ କ୍ରୀଡ଼ାର ସମାପନ ସମାରୋହରେ ଶୁଟର ମନୁ ଭାକରଙ୍କ ସହ ହକି ଗୋଲ୍ କିପର ପି.ଆର ଶ୍ରୀଜେଶ ସଂଯୁକ୍ତ ଧ୍ୱଜାବାହକ ଭାବରେ ଦାୟିତ୍ୱ ନେବେ । ଗୋଲ୍ କିପର ଶ୍ରୀଜେଶ ଭାରତୀୟ ହକି ଟିମକୁ ଅଲିମ୍ପିକ କ୍ରୀଡ଼ାରେ ଲଗାତାର ଦ୍ୱିତୀୟ ଥର କାଂସ୍ୟ ପଦକ ବିଜୟୀ କରାଇବାରେ ସଫଳ ହୋଇଛନ୍ତି । ତେବେ ପ୍ୟାରିସ ଅଲିମ୍ପିକ୍ସ ପରେ ସେ ସନ୍ନ୍ୟାସ ନେବା ନେଇ ଘୋଷଣା କରିସାରିଥିଲେ । ବ୍ରୋଞ୍ଜ ପଦକ ପାଇଁ ସ୍ପେନକୁ ମାତ୍ ଦେଇ ହକି ଜଗତରୁ ବିଦାୟ ନେଇଛନ୍ତି ଶ୍ରୀଜେଶ ।

ଅନ୍ୟ ପକ୍ଷରେ ମନୁ ୧୦ ମିଟର ଏୟାର ରାଇଫଲ୍ସରେ କାଂସ୍ୟ ପଦକ ବିଜୟୀ ହୋଇ ଭାରତକୁ ପ୍ରଥମ ମେଡାଲ ଭେଟି ଦେଇଥିଲେ । ଏହାସହିତ ଅଲିମ୍ପିକରେ ପଦକ ଜିତିବାରେ ସେ ପ୍ରଥମ ମହିଳା ଶୁଟର ପାଳଟିଛନ୍ତି । ଏହାପରେ ସରବଜୋତ୍ ସିଂହଙ୍କ ସହ ମିଶି ୧୦ ମିଟର ଏୟାର ପିସ୍ତଲରେ ମଧ୍ୟ ମିଶ୍ରିତ ଟିମର କାଂସ୍ୟ ପଦକ ହାସଲ କରିଛନ୍ତି । ତେଣୁ ଅଲିମ୍ପିକ୍ସରେ ଭାରତର ଗୌରବ ରକ୍ଷା କରିଥିବା ଉଭୟ କ୍ରୀଡ଼ାବିତଙ୍କୁ ସମାପନ ସମାରୋହରେ ଧ୍ୱଜାବାହକ ଭାବରେ ଚୟନ କରିଛି ଭାରତୀୟ ଅଲିମ୍ପିକ ସଂଘ ।

Get real time updates directly on you device, subscribe now.