fbpx

ହାତୀଗାଁରେ ମାଓ ପୋଷ୍ଟର

ନବରଙ୍ଗପୁର,୧୭ ।୩(ଓଡିଶା ଭାସ୍କର): ନବରଙ୍ଗପୁର ନବରଙ୍ଗୁପର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁସୁମପୁର ହାତୀଗାଁ ରାସ୍ତାରେ ଲାଗିଛି ମାଓ ପୋଷ୍ଟର । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଜଙ୍ଗଲକୁ କାଟିବାକୁ ବିରୋଧ କରି ଏହି ପୋଷ୍ଟ ଲଗାଯାଇଛି । ମାଓବାଦୀମାନେ ପୁଣି ଥରେ ପୋଷ୍ଟର ଲାଗିଇ ନିଜର ଉପସ୍ଥିତି ଜାହିର କରିଛନ୍ତି । ମେନପୁର ନୂଆପଡା ଡିଭିଜନ ତରଫରୁ ଏହି ମାଓ ପୋଷ୍ଟର ଲଗାଯାଇଛି । ଏଥିରେ ଜଙ୍ଗଲ ସୁରକ୍ଷା କରିବାକୁ ଉଲ୍ଲେଖ କରାଯାଇଛି । ଜଳ, ଜଙ୍ଗଲ ଓ ଜମି ଜନତାଙ୍କ ଅଧିକାର । ଏହାକୁ ରକ୍ଷା କରିବାକୁ ଗ୍ରାମ ସଭା କରି ନିୟମ ଲାଗୁ କରାଯାଉ ବୋଲି ବ୍ୟାନରରେ ଲେଖାଯାଇଛି । ଘଟଣାସ୍ଥଳରେ ଏପର୍ଯ୍ୟନ୍ତ ପୋଲିସ ପହଞ୍ଚି ନାହିଁ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

Get real time updates directly on you device, subscribe now.