ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲଓ୍ୱେ ଟ୍ରାକ୍ ଉଡ଼ାଇଦେଲେ ମାଓବାଦୀ

ସହିଦ୍ ସପ୍ତାହରେ ରେଲଓ୍ୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ।

କୋଇଡ଼ା: ମାଓବାଦୀଙ୍କ ଭୟଙ୍କର କାଣ୍ଡ। ରେଲଓ୍ୱେ ଟ୍ରାକ୍ ଉଡାଇଦେଲେ ମାଓବାଦୀ। ସହିଦ୍ ସପ୍ତାହରେ ରେଲଓ୍ୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ।

ଟ୍ରାକ୍ ଉପରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ରେଲଓ୍ୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ। କୋଇଡ଼ାର  ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି।

ସଂପୃକ୍ତ ଟ୍ରାକରେ ଟ୍ରେନ୍ ଚଲାଚଳ ବାଧାପ୍ରାପ୍ତ ହୋଇଛି।  ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରୁଛି। ଖୁବଶୀଘ୍ର ଟ୍ରାକ୍ ର ମରାମତି କରାଯାଇ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରାଯିବାକୁ ବ୍ୟବସ୍ଥା ଚାଲିଛି।