fbpx

‘ବିବାହ’ ମହିଳାଙ୍କୁ ଚାକିରିରୁ ବାହାର କରିବାର କାରଣ ହୋଇପାରିବ ନାହିଁ… ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କ ବିବାହ ତାଙ୍କୁ କୌଣସି ଚାକିରିରୁ ବାଦ୍ ଦେଇପାରିବ ନାହିଁ । ସେମାନଙ୍କ ଚାକିରି ଏବଂ ଘରୋଇ କାର୍ଯ୍ୟକୁ ଅଯୋଗ୍ୟତାର ଅଧାର ବୋଲି କହୁଥିବା ନିୟମକୁ ସମ୍ବିଧାନର ବିରୋଧ ବୋଲି କହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ମହିଳା କର୍ମଚାରୀଙ୍କୁ ସେମାନଙ୍କ ବିବାହ ଏବଂ ଚାକିରି କ୍ଷେତ୍ରରେ କୌଣସି ସ୍ୱାଧୀନତା ଦେବା ପାଇଁ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କୁ ସେନା ନର୍ସିଙ୍ଗ ସେବାର ପୂର୍ବ ସ୍ଥାୟୀ କମିଶନ୍ ଅଧିକାରୀଙ୍କୁ ୬୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ ଅଦାଲତ ।

ସୂଚନା ଅନୁସାରେ, ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ବିବାହ ପରେ ୧୯୮୮ ମସିହାରେ ଚାକିରିରୁ ବହିଷ୍କାର କରାଯାଇଥିଲା । ପରେ ସଶସ୍ତ୍ର ବଳ ଟ୍ରିବ୍ୟୁନାଲ ପୁଣିଥରେ ସାମିଲ କରିବାକୁ ନିଷ୍ପତ୍ତି ଶୁଣାଇଥିଲେ । ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ଅପିଲରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଅଦାଲତ କହିଛନ୍ତି ଯେ, ପୂର୍ବରୁ ରହି ଆସିଥିବା ଏଭଳି ନିୟମଗୁଡ଼ିକ ପାଇଁ ମଣିଷର ଗାରିମା ଏବଂ ସମାନତା ଅଧିକାରକୁ କ୍ଷୁର୍ଣ୍ଣ କରିଥାଏ । ଏହାସହିତ ୩ ଦଶନ୍ଧିରୁ ମହିଳା ଲଢୁଥିବା ଏହି ଆଇନଗତ ମାମଲାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରିପୋର୍ଟ ଅନୁସାରେ, ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଲେଫ୍ଟନେଣ୍ଟ ସେଲିନା ଜନଙ୍କୁ ସମସ୍ତ ଦାବିର ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୧୯୭୭ର ଆର୍ମି ନିର୍ଦ୍ଦେଶ ସଂଖ୍ୟା ୬୧ ଅନୁସାରେ, ମହିଳା ଅଧିକାରୀଙ୍କୁ ବିବାହ ପରେ ଚାକିରିରୁ ଟର୍ମିନେଟ କରି ଦିଆ ଯାଇଥିଲା । ଏହି ନିୟମରେ ସୈନ୍ୟ ନର୍ସିଙ୍ଗ ସେବାରେ ସ୍ଥାୟୀ କମିଶନ୍ ଦେବା ନେଇ ସେବା ସମ୍ବନ୍ଧିତ ନିୟମ ଏବଂ ସର୍ତ୍ତ ଉଲ୍ଲେଖ ରହିଛି । ତେବେ ୧୯୯୫ ମସିହାରେ ଏହି ମାମଲା ରୁଜୁ ହେବା ବେଳେ ଏହି ନିୟମକୁ ଫେରାଇ ନିଆ ଯାଇଥିଲା । ସାମରିକ ନର୍ସିଂ ସେବାରୁ ଜନଙ୍କୁ ବହିଷ୍କାର କରିବା ଭୁଲ ଏବଂ ବେଆଇନ ବୋଲି କୋର୍ଟ କହିଛନ୍ତି । ପୂର୍ବତନ ଲେଫ୍ଟନାଣ୍ଟ ସେଲିନା ଜନ୍ ସାମରିକ ନର୍ସିଂ ସେବାରେ ସ୍ଥାୟୀ କମିଶନ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ତେବେ ସେ ବିବାହ କରିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବା ଘଟଣାକୁ ସହଜରେ ଗ୍ରହଣ କରାଯାଇ ପାରିବ ନାହିଁ । ଏହି ନିୟମ କେବଳ ମହିଳା ନର୍ସିଂ ଅଧିକାରୀଙ୍କ ପାଇଁ ପ୍ରଯୁଜ୍ୟ ରହିଥିଲା ।

ଏହାପରେ ସୁପ୍ରିମ ଅଦାଲତ କହିଛନ୍ତି ଯେ, ଏଭଳି ନିୟମ ସ୍ପଷ୍ଟ ଭାବେ ସ୍ୱେଚ୍ଛାସେବୀ ଥିଲା । କାରଣ ବିବାହ କାରଣରୁ ଜଣେ ମହିଳାଙ୍କୁ ଚାକିରିରୁ ବହିଷ୍କାର କରିବା ଲିଙ୍ଗଗତ ଭେଦଭାବ ଏବଂ ଅସମାନତାର ଉଦାହରଣ ବୋଲି କୁହାଯାଇପାରେ । ତେଣୁ ଏହି ନିୟମକୁ ସମ୍ବିଧାନିକ ରୂପରେ ଅସ୍ୱୀକାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.