fbpx

ଭିଡିଓ କନଫରେନ୍ସିଂରେ ବିବାହ ଅନୁମତି ଦେଲେ ହାଇକୋର୍ଟ, ଭାରତରେ କନିଆ ଆମେରିକାରେ ବର

ଚେନ୍ନାଇ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇପାରିବ ବିବାହ। ଏନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି। ତାମିଲନାଡୁ ମଦୁରାଇର ଜଣେ ଯୁବତୀଙ୍କୁ ଭର୍ଚ୍ଚୁଆଲ ମୋଡରେ ବିବାହ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। କନ୍ୟାକୁମାରୀ ଜିଲ୍ଲାର ୱାସ୍ମି ସୁଦର୍ଶନୀ ଏହି ଆବେଦନ କରିଥିଲେ। ଏଥିରେ ସେ ରାହୁଲ ଏଲ ମଧୁ ନାମକ ଜଣେ ଏନଆରଆଇଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ, ଯିଏ ବର୍ତ୍ତମାନ ଆମେରିକାରେ ରୁହନ୍ତି ଏବଂ ଆମେରିକାର ନାଗରିକତ୍ୱ ପାଇଛନ୍ତି।

କୋର୍ଟ ଏହି ଆବେଦନରେ ଦର୍ଶାଯାଇଛି ଯେ, ସେମାନେ ବ୍ୟକ୍ତିଗତ ଭାବରେ ମ୍ୟାରେଜ ରେଜିଷ୍ଟ୍ରରଙ୍କ ନିକଟରେ ହାଜର ହୋଇଥିଲେ, କିନ୍ତୁ ସେମାନଙ୍କ ବିବାହ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ତାଙ୍କୁ ୩୦ ଦିନ ଅପେକ୍ଷା କରିବାର ସର୍ତ୍ତ ଦିଆଯାଇଥିଲା। ୩୦ ଦିନ ପରେ ମଧ୍ୟ ରେଜିଷ୍ଟ୍ରର ସେମାନଙ୍କର ବିବାହ ଆବେଦନ ଉପରେ କୌଣସି ପଦକ୍ଷେପ ନେଇ ନଥିଲେ। ଏପରି ସ୍ଥିତିରେ ତାଙ୍କ ଭାବି ସ୍ୱାମୀଙ୍କ ପାଖରେ ଆଉ ସମୟ ନଥିଲା। ଏଭଳି ପରିସ୍ଥିତିରେ ସେ ଆମେରିକା ଯାଇଥିଲେ ମଧ୍ୟ ତାଙ୍କ ନାମରେ ବିବାହ ପଞ୍ଜିକରଣ ପାଇଁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରିଛନ୍ତି ବୋଲି ଏକ ଆଫିଡେଭିଟ୍ ଦେଇଛନ୍ତି।

ଏହି ପ୍ରକାର ସ୍ଥିତି ଦର୍ଶାଇ ସୁଦର୍ଶନୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିବାହ କରିବାକୁ କୋର୍ଟଙ୍କୁ ଅନୁମତି ମାଗିଥିଲେ। ଏହା ସହିତ ଏହାକୁ ସ୍ୱତନ୍ତ୍ର ବିବାହ ଆଇନ୍ ଅନୁଯାୟୀ ଏହାକୁ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ। ମାମଲାର ଶୂଣାଣି କରି ଜଷ୍ଟିସ୍ ଜି.ଆର ସ୍ୱାମିନାଥନ୍ ତିନିଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ ପରିଚାଳନା କରିବାକୁ ସବ୍-ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାହୁଲଙ୍କ ତରଫରୁ ଆବେଦନକାରୀଙ୍କ ପାଖରେ ଏକ ପାୱାର୍ ଅଫ୍ ଆଟର୍ଣ୍ଣି ଅଛି, ତେଣୁ ବିବାହ ପରେ ସେ ଏବଂ ରାହୁଲଙ୍କ ନାମରେ ବିବାହ ପ୍ରମାଣପତ୍ରରେ ଦସ୍ତଖତ କରିପାରିବେ ବୋଲି କୋର୍ଟ କହିଥିଲେ।

Get real time updates directly on you device, subscribe now.