fbpx
BSKY SKY
BSKY SKY

ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ର ସମ୍ମାନ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହିଦ କର୍ଣ୍ଣେଲ ସନ୍ତୋଷ ବାବୁ ମରଣୋତ୍ତର ମହାବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି । ଗତବର୍ଷ ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷ କରି ସେ ନିଜର ପ୍ରାଣବଳୀ ଦେଇଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ତାଙ୍କର ପତ୍ନୀ ଓ ମାଆ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯୋଗ୍ୟ ଯେ, ଗତବର୍ଷ ଗଲୱାନ ଘାଟିରେ ଭାରତୀୟ ସେନା ଚୀନ ସେନା ସମ୍ମୁଖରେ ନିଜର ବୀରତ୍ୱକୁ ପ୍ରମାଣିତ କରିଥିଲା । ସେନାର ଅସୀମ ଧୈର୍ଯ୍ୟ ଓ ପରାକ୍ରମ ଡ୍ରାଗନକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଥିଲା । ଦେଶ ମାତୃକାକୁ ରକ୍ଷା କରିବା ନିମନ୍ତେ ଚାଲିଥିବା ଏହି ମହାନ ସଂଘର୍ଷରେ ସାମିଲ ହୋଇ ଧନ୍ୟ ହୋଇଥିଲେ ବୀର ସନ୍ତୋଷ । ଗତ ବର୍ଷ ଜୁନ ମାସ ୧୫ ତାରିଖରେ ସନ୍ତୋଷଙ୍କ ନେତୃତ୍ୱରେ ଭାରତୀୟ ସୈନିକ ମାନେ ପିପୁଲ୍ସ ଲିବରେସନ ଆର୍ମି ସହିତ ଲଢ଼େଇ କରିଥିଲେ । ସନ୍ତୋଷଙ୍କ ସହ ହାବିଲଦାର କେ. ପିଲାନୀ, ନାଏକ ଦୀପକ ସିଂହ, ସିପାହୀ ଗୁରତେଜ ସିଂହ ଓ ହାବିଲଦାର ତେଜିନ୍ଦର ସିଂହଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।

Get real time updates directly on you device, subscribe now.