fbpx

ଟ୍ୟାକ୍ସ ଫ୍ରି ହେଲା Maruti Jimny! କିଣିଲେ ମିଳିବ 2 ଲକ୍ଷର ରିହାତି

ନୂଆଦିଲ୍ଲୀ: ପୂଜା ବଜାରରେ ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର । ମାରୁତି ସୁଜୁକିର ନୂଆ ମଡେଲ ଜିମ୍ନିକୁ ଟ୍ୟାକ୍ସ ଫ୍ରି କରାଯାଇଛି । ଅର୍ଥାତ ଏଣିକି ଜିମ୍ନି କିଣିଲେ 2 ଲକ୍ଷ ଟଙ୍କା ଛାଡ ପାଇବେ । ଗ୍ରାହକ କ୍ୟାଣ୍ଟିନ ଷ୍ଟୋରସ ଡିପାର୍ଟମେଣ୍ଟ ବା ସିଏସଡି ଜିମିନି ଏସୟୁଭି ଉପରେ ଏହି ରିହାତି ମିଳିବ ।

ସିଏସଡିରେ ଯବାନମାନଙ୍କୁ 14 ପ୍ରତିଶତ ଟ୍ୟାକ୍ସ ନିଆଯାଉଛି । କିନ୍ତୁ ଯଦି ଦେଖିବା ଏହା ସାଧାରଣ ଗ୍ରାହକଙ୍କ ପାଇଁ 28 ପ୍ରତିଶତ ରହିଛି । ଏଭଳି କିଣିଲେ କାରର ଦାମ୍ ବହୁତ କମ୍ ହେଉଛି । ସିଏମଡିରେ ଜିମ୍ନି 2ଟି ଭାରିଆଣ୍ଟ ଆଲାଗ୍ରିପ ପ୍ରୋ ଏବଂ ଜେଟା ଆଲାଗ୍ରିପ ପ୍ରୋରେ ଉପଲବ୍ଧ । କ୍ୟାଣ୍ଟିନରେ କାରର ଏକ୍ସ ସୋରୁମ ଦାମ୍ 11 ଲକ୍ଷ 68 ହଜାର 51 ଟଙ୍କା ରହିଛି । ଅନ୍ୟପଟେ କାରର ସିବିଲ ଏକ୍ସ ସୋରୁମ ଦାମ୍ 13 ଲକ୍ଷ 69 ହଜାର ରହିଛି । ଏଭଳି ଭାବେ କାରରେ 2 ଲକ୍ଷରୁ ଅଧିକ ଟଙ୍କାର ରିହାତି ପାଇପାରିବେ ଗ୍ରାହକ ।

ମାରୁତି ଜିମ୍ନିର ଡିଜାଇନ ଏବଂ ଫିଚର-ମାରୁତି ଜିମ୍ନିର ଡିଜାଇନ ଷ୍ଚାଇଲିସ ଏବଂ ମଜଭୁତ ରହିଛି । ଏହାର ଇଣ୍ଟେରିୟର ପ୍ରିମିୟମ ମେଟେରିୟଲରେ ହୋଇଛି । ଏଥିରେ ଟଚ୍ ସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଏବଂ ସ୍ମାର୍ଟ କନେକ୍ଟିଭିଟି ଅପ୍ସନ ରହିଛି । ଏହା ବ୍ୟତୀତ ଏଥିରେ ଏଥିରେ ଏବିଏସ, ଏୟାରବେଗ୍ ଏବଂ ରିୟର ପାର୍କିଂ ସେନ୍ସର ଭଳି ଆଧୁନିକ ସୁରକ୍ଷା ସୁବିଧା ରହିଛି । ଜିମ୍ନିରେ ଫୋର ହ୍ବିଲ ସିଷ୍ଟମ ମଧ୍ୟ ରହିଛି । ଯାହାକି ଅଫ ରୋଡିଂ ପାଇଁ ମଜାଦାର ଅଟେ । ଅନ୍ୟପଟେ ଯଦି ଦେଖିବା ଜିମ୍ନିରେ 1.5 ଲିଟର କେ ସିରିଜର ପେଟ୍ରୋଲ ଇଞ୍ଜିନ ରହିଛି । ଏଥିରେ 105 ଏଚପି ପାଓ୍ବାର ଏବଂ  134ଏମଏମର ଟାର୍କ ତିଆରି କରିଥାଏ । ଏହି ଇଞ୍ଜିନ 5 ସ୍ପିଡ ଏମଟି(ମାନ୍ୟୁଆଲ ଟ୍ରାନ୍ସ ମିଶନ) ଅଥବା 4 ସ୍ପିଡ ଏଟି ଟ୍ରାନ୍ସମିଶନ ସହିତ ଆସିଥାଏ ।

Get real time updates directly on you device, subscribe now.