fbpx

ଦୁନିଆର ସବୁଠାରୁ ବଡ଼ କୋଠା ‘ବୁର୍ଜ ଖଲିଫା’ ପାଖରେ ଅଗ୍ନିକାଣ୍ଡ

ଦୁବାଇ: ଦୁବାଇରେ ଥିବା ଦୁନିଆର ସବୁଠାରୁ ଉଚ୍ଚତମ ବିଲ୍ଡିଂ ‘ବୁର୍ଜ ଖଲିଫା ନିକଟ ଏକ ୩୫ ମହଲା ବିଶିଷ୍ଟ କୋଠାରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହେବାର ଖବର ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସେହିପରି ଇରାକର ରାଜଧାନୀ ବଗଦାଦରେ ବାଣିଜ୍ୟିକ କୋଠାରେ ନିଆଁ ଲାଗିଛି, ଯେଉଁଥିରେ ୨୮ରୁ ଅଧିକ ଲୋକ ଜଳିଯାଇଥିବା ଜଣାପଡିଛି । ମିଡିଆ ରିପୋର୍ଟ ଅନୁସାରେ, ଦୁବାଇର ବୁର୍ଜ ଖଲିଫା ନିକଟରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଏମିରେଟରେ ସରକାରୀ ସମର୍ଥିତ ଡେଭଲପର ‘ଏମାର’ର ‘୮ ବୁଲେୱାର୍ଡ ୱାକ’ ନାମକ ଏକ ଟାୱାରର ଏକ ଅଂଶ ଥିବା ବିଲଡିଂରୁ କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଦୁବାଇ ପୋଲିସ ଏବଂ ନାଗରିକ ପ୍ରତିରକ୍ଷା ବିଭାଗ ନିଆଁ ଲାଗିବାର ତୁରନ୍ତ ଆକ୍ସନ ନେଇନଥିଲେ । ଏମାରର ଅଧିକାରୀଙ୍କ ସହ ମଧ୍ୟ ସମ୍ପର୍କ କରାଯାଇଥିଲା, କିନ୍ତୁ ସେମାନଙ୍କ ପାଖରୁ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ୨୦୧୫ ରେ ଦୁବାଇର ନୂଆ ବର୍ଷ ଅବସରରେ ବୁର୍ଜ ଖଲିଫା ନିକଟ ‘ଆଡ୍ରେସ ଡାଉନଟାଉନ୍’ରେ ଅଗ୍ନିକାଣ୍ଡ ଘଟିଥିଲା ।

Get real time updates directly on you device, subscribe now.