ବିଧାନସଭା ସମ୍ମୁଖ ଗେଟ୍ ବାହାରେ ହାଇଡ୍ରାମା: ଗୃହରେ ଘଣ୍ଟ ପିଟିଲେ 2 କଂଗ୍ରେସ ବିଧାୟକ, କକ୍ଷତ୍ୟାଗ କଲେ ବିଜେଡି ବିଧାୟକ

ବିଧାନସଭା ଗଲେ କଂଗ୍ରେସର ୨ ବିଧାୟକ । ଗୃହରେ ଘଣ୍ଟ ପିଟିଲେ ତାରା ବାହିନୀପତି ଓ ରମେଶ ଜେନା ।

ଭୁବନେଶ୍ବର: ଗତକାଲି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ ହୋଇଥିଲେ । ରାଜରାସ୍ତାର ରାତି ତମାମ ଧାରଣା ଦେବା ପରେ ଆଜି ବିଧାନସଭା ଗେଟ୍ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ବିଧାୟଚକ ଏବଂ କର୍ମୀ । ବିଧାନସଭା ଯିବା ବାଟରେ କଂଗ୍ରେସ ବିଧାୟକମାନେ ଘଣ୍ଟ ଧରି ବାଡ଼େଇଛନ୍ତି ।

ତେବେ ବିଧାନସଭା ଭିତରକୁ ଯିବା ପାଇଁ କଂଗ୍ରେସ କର୍ମୀ ଜୋରଜବରଦସ୍ତ କରିଥିବା ବେଳେ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ । ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଦେଖାଯାଇଥିଲା । ତେବେ ବର୍ତ୍ତମାନେ ଏଥିରେ ବିଜେଡି ମଧ୍ୟ ସାମିଲ ହୋଇଛି ।

କଂଗ୍ରେସ ପରେ ବିଜେଡିର ହାଇଡ୍ରାମା ଦେଖିବାକୁ ମିଳିଛି । ବିଜେଡି ଓ କଂଗ୍ରେସ ବିଧାୟକମାନେ ବ୍ୟାରିକେଡ୍ ଭାଙ୍ଗିଦେଇଛନ୍ତି । ବିଧାନସଭାରେ ବାଚସ୍ପତିଙ୍କ ବିବୃତି ଦାବି କଲା ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦାବି କଲେ । ବିବୃତି ଦାବି କରି କକ୍ଷତ୍ୟାଗ କଲେ ବିଜେଡି ବିଧାୟକ ।

ତେବେ ଏହାରି ଭିତରେ ବିଧାନସଭା ଗଲେ କଂଗ୍ରେସର ୨ ବିଧାୟକ  । ତାରା ବାହିନୀପତି ଓ ରମେଶ ଜେନା ଘଣ୍ଟ ଧରି ବିଧାନସଭା ଗଲେ ଉଭୟ ବିଧାୟକ । ନିଲମ୍ବିତ ହୋଇ ନଥିବାରୁ ଉଭୟଙ୍କୁ ମିଳିଥିଲା ଅନୁମତି ।

ତେବେ ଦୁହେଁ ଗୃହକୁ ଯାଇ ଘଣ୍ଟା ବଜାଇ ପ୍ରତିବାଦ କରୁଥିବା ମଧ୍ୟ ଦେଖାଯାଇଛି ।