fbpx

ପୁରସ୍କାର ପାଇଁ କରାଯାଉଛି ମ୍ୟାଚ୍ ଫିକ୍ସିଂ: ପୁରସ୍କାର ଉତ୍ସବରେ ଧର୍ମେନ୍ଦ୍ରଙ୍କ ତେରେଛା ବାଣ

Advertisement

ଭୁବନେଶ୍ୱର: ୨୫ବର୍ଷ ଧରି ଜନସେବାରେ ନିୟୋଜିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିଛି “କ୍ୟାପିଟାଲ ଫଇଉଣ୍ଡସେନ ସୋସାଇଟି’। ଏହାକୁ ନେଇ ବିଜେଡି ନେତା ଉତ୍ସବ ମୁଖର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଉତ୍ସବକୁ ତେରେଛା ବାଣ ମାରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ନୂଆଦିଲ୍ଲୀରେ ପଲ୍ଲୀବାଣୀ ମିଶନ ପକ୍ଷରୁ ଆୟୋଜିତ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨’ରେ ଯୋଗ ଦେଇ ପ୍ରଧାନ ପୁରସ୍କାର ପାଇବା ପାଇଁ କରାଯାଉଥିବା କାରସାଦି ବିଷୟରେ କହିଛନ୍ତି।

ଘରୋଇ ପିଏସ୍‌ୟୁ ମାନଙ୍କୁ ଟଙ୍କା ଦେଇ ପୁରସ୍କାର ପାଇଁ କିଭଳି ମ୍ୟାଚ୍ ଫିକ୍ସିଂ କରାଯାଉଛି, ସେ ବିଷୟରେ ଧର୍ମେନ୍ଦ୍ର କହିଥିଲେ। ଅବଶ୍ୟ ଏଥିପାଇଁ ସେ କାହାର ନାଁ ନନେଇ ‘ଗୋଲ୍‌ଡେନ୍ ପିକକ୍‌’ ପୁରସ୍କାର କଥା କହିଥିଲେ। ଏଥିରେ ସେ ସିଧାସଲଖ କାହାକୁ ଟାର୍ଗେଟ୍ କରୁଛନ୍ତି ତାହା ଜଣା ପଡି ନଥିଲେ ମଧ୍ୟ ଏହା ଆଗକୁ ରାଜ୍ୟରେ ବଡ଼ ରାଜନୈତିକ ବିତର୍କ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

ଏହା ସହିତ ୧୯୯୯ ମହାବାତ୍ୟା ପରେ ରାଜ୍ୟରେ ନିର୍ମାଣ ହୋଇଥିବା ବାତ୍ୟା ଅଶ୍ରୟାସ୍ଥଳ ଗୁଡ଼ିକ ପାଇଁ ଅଟଳ ବିହାରୀ ବାଜପେୟିଙ୍କ ସରକାର ଅନେକ ଟଙ୍କା ଦେଇଥିଲେ ମଧ୍ୟ ଏହାର ଶ୍ରେୟ ତାଙ୍କୁ ମିଳି ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ସେ ଓଡ଼ିଆ ଲୋକଙ୍କ କଙ୍କଡ଼ା ପ୍ରବୃତି ବିଷୟରେ ମଧ୍ୟ କହିଥିଲେ ମଧ୍ୟ ସେ ଏଥିରେ କାହାକୁ ସିଧାସଳଖ ଟାର୍ଗେଟ୍ କରି ନାହାନ୍ତି।

Get real time updates directly on you device, subscribe now.