ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଆଜି ଅପରାହ୍ନ ୪ଟାବେଳେ ପ୍ରକାଶ ପାଇବାକୁ ଯାଉଛି ୧୦ମ ବୋର୍ଡ ପରୀକ୍ଷା ରେଜଲ୍ଟ ।
କିନ୍ତୁ ସନ୍ଧ୍ୟା ୬ଟାବେଳେ ପିଲାମାନେ ୱେସାଇଟ୍ ଜରିଆରେ ନିଜ ନିଜ ରେଜଲ୍ଟ ଦେଖିପାରିବେ । www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ ।
ଚଳିତ ବର୍ଷ ୫,୧୦,୭୭୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ସଂସ୍ୃତ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟକୁ ମିଶାଇ ମୋଟ ୫,୨୨,୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ଆଜି ୫ ଲକ୍ଷରୁ ଅଧିକ ପିଲା ଏବଂ ସେମାନଙ୍କ ଅଭିଭାବକ ମାଟ୍ରିକ୍ ରେଜଲ୍ଟ ପାଇଁ ଆପେକ୍ଷା କରି ବସିଛନ୍ତି । ଆଜିପରେ ପିଲାମାନଙ୍କୁ ସ୍କୁଲ ପଢ଼ା ସରିବ; କଲେଜ ଜୀବନ ଆରମ୍ଭ ହେବ ।
ଆଜିର ଦିନଟି ପିଲାଙ୍କ ପରାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ ନିଜ ରେଜଲ୍ଟ ଜାଣିବା ପରେ ହିଁ ସେମାନେ କେଉଁ ପାଠ୍ୟକ୍ରମରେ ଆଗକୁ ପଢ଼ିବେ ତାହା ନିର୍ଦ୍ଧାରଣ କରିବେ ।
ଚଳିତବର୍ଷ ଏଆଇ କ୍ୟାମେରା ଲେନ୍ସ ତଳେ ବସି ପିଲାମାନେ ପରୀକ୍ଷା ଦେଇଥିଲେ । କପି ରୋକିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।