fbpx

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା: ସିସିଟିଭି କ୍ୟାମେରା ତଳେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ବୋର୍ଡ ପରୀକ୍ଷା । ଆଜିଠାରୁ ପରୀକ୍ଷା ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ବୋର୍ଡ ପରୀକ୍ଷା ଜାରି ରହିବ । ତେବେ ଆଜି ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପୂର୍ବରୁ ସକାଳ ସାଢେ ୭ଟାରେ ପିଲାମାନଙ୍କୁ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବା ପାଇଁ ସୂଚୀ ରହିଥିବା ବେଳେ ଏହାର ଦେଢ ଘଣ୍ଟା ପୂର୍ବରୁ ହଲ୍ ଭିତରକୁ ଯିବେ ପରୀକ୍ଷାର୍ଥୀ । ଚଳିତ ବର୍ଷ ରାଜ୍ୟର ମୋଟ ୨,୯୯୧ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୫୧ ହଜାରରୁ ଅଧିକ ପିଲା ପରୀକ୍ଷା ଦେବେ । ସମସ୍ତ ପରୀକ୍ଷା କେନ୍ଦ୍ରରେ ପରିଚାଳନା ଉପରେ ନଜର ରକିବା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ଏଥିରେ ଉଲ୍ଲଙ୍ଘନ ହେଲେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.