fbpx

ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ: ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ବରିଷ୍ଠ ରାଜନେତାଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ଗତ କିଛିଦିନ ହେଲା ଶ୍ରୀ ଦାସଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଥିଲା । ତେଣୁ ନିକଟରେ ତାଙ୍କୁ ଆପୋଲାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ତେବେ ଏହା ମଧ୍ୟରେ ୮୩ ବର୍ଷୀୟ ବିଧାୟକଙ୍କୁ ବାଲେଶ୍ୱରର ଫକିରମୋହନ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ଶ୍ରୀ ଦାସଙ୍କର ଅଗଣିତ ପ୍ରଶଂସକ ଓ ଶୁଭେଚ୍ଛୁମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ସେନେଇ ଏବେଠାରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି । ଶ୍ରୀ ଦାସ ଜଣେ ବରିଷ୍ଠ ନେତା ହୋଇଥିବାରୁ ସେ ସୁସ୍ଥ ହୋଇ ସକ୍ରିୟ ରାଜନୀତିକୁ ଫେରିଆସନ୍ତୁ ବୋଲି ସମସ୍ତେ କାମନା କରିଛନ୍ତି ।

Get real time updates directly on you device, subscribe now.