fbpx

ଆଜିଠାରୁ ୱେବସାଇଟରେ ମିଳିବ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କର Admit Card

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆସନ୍ତା ୨୯ ତାରିଖଠାରୁ ଆରମ୍ଭ ହେବ । ତେବେ ଉକ୍ତ ପରୀକ୍ଷାର ଆଡମିଟ୍ କାର୍ଡ ଆଜିଠାରୁ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ । ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କର ଆଡମିଟ୍ କାର୍ଡ ମଧ୍ୟ ୱେବସାଇଟରୁ ମିଳିପାରିବ ।

ଆଜି ପୂର୍ବାହ୍ନ ୧୦ଟା ଠାରୁ ବୋର୍ଡ ୱେବସାଇଟରେ ଆଡମିଡ୍ କାର୍ଡ ଉପଲବ୍ଧ ହେବ । ସମସ୍ତ ସ୍କୁଲର ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଓ ପାସୱାର୍ଡ ବ୍ୟବହାର କରି ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ସେହିପରି କରେସପଣ୍ଡେନ୍ସ ଓ ମଧ୍ୟମା ପରୀକ୍ଷାର୍ଥୀ ସେମାନଙ୍କର ନାମ ଓ ପିତାଙ୍କ ନାମ ଲଗ୍ ଇନ୍ କରି ଆଡମିଡ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ପରୀକ୍ଷାକେନ୍ଦ୍ରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀ ୱେବସାଇଟରୁ ଡାଉନଲୋଡ୍ କରିଥିବା ଆଡମିଡ୍ କାର୍ଡରେ ବିଦ୍ୟାଳୟର ମୁଖ୍ୟଙ୍କ ଦସ୍ତଖତ କରାଇବେ । ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ନୋଡାଲ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ଓ ଖାତା ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.