ରାଜନଗର: ପରୀକ୍ଷା ଦେବାକୁ ଯିବା ସମୟରେ ଘଟିଲା ବଡ଼ ଦୁର୍ଘଟଣା । ରାଜନଗରରେ ମାଟ୍ରିକ ଛାତ୍ରଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ ।
୧୧ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି । କୃଷ୍ଣନଗର ଛକଠାରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ।
ବୋଲେରୋରେ ବାଘମାରି ଓ ତାଳଚୁଆର ଛାତ୍ର ଥିବା ସୂଚନା । ଛାତ୍ରମାନେ ପରୀକ୍ଷା ଦେବା ପାଇଁ ଗାଡ଼ି ଖମାର ସାହିର ନାଗାନାରାୟଣ ହାଇସ୍କୁଲକୁ ଯାଉଥିଲେ ।
ବୋଲେରୋଟି ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି ।
ଆହତ ଛାତ୍ରମାନଙ୍କ ଭିତରୁ ଜଣେ ଗୁରୁତର ଥିବା ଜଣାପଡ଼ିଛି ।