ବ୍ରହ୍ମପୁର MKCGରେ ଏମବିବିଏସର ଛାତ୍ରଙ୍କୁ ରାଗିଂ ଅଭିଯୋଗ! ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବ୍ରହ୍ମପୁର ଏମକେସିଜିରେ ଏମବିବିଏସର ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହେଉଥିବା ଜଣାପଡିଛି । ଏନେଇ ନ୍ୟାସନାଲ ମେଡିକାଲ କାଉନସିଲ ନିକଟରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନଙ୍କୁ ଚିଠି ଲେଖିଛି ଏନଏମସି ।

ଏନଏମସି ପକ୍ଷରୁ ଚିଠି ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଲେଜ ଡିନ୍ । ଅନ୍ୟପଟେ ରାଗିଂକୁ ନେଇ ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନଥିବା ଡିନ୍ କହିଛନ୍ତି । ଏନେଇ କଲେଜର ଆଣ୍ଟି ରାଗିଂ ସେଲରେ ବୈଠକ ବସିବ । ଯଦି ଅଭିଯୋଗର ସତ୍ୟତା ପ୍ରମାଣିତ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଏମକେସିଜି ମେଡିକାଲ କଲେଜର ରୁଦ୍ର ରାଉତ ନାମକ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ରାଗିଂ ସହ ଆକ୍ରମଣ ହୋଇଥିଲା । ଅଭିଯୁକ୍ତ ୪ ସିନିଅର୍ ଛାତ୍ରଙ୍କୁ କ୍ୟାମ୍ପସ୍ରୁ ବ୍ୟାନ୍ କରାଯାଇଥିଲା। ତଦନୁଯାୟୀ, ଚତୁର୍ଥ ବର୍ଷ ଛାତ୍ର ଷ୍ଟାଲିନ ମହାପାତ୍ର ଓ ଜ୍ୟୋତିପ୍ରକାଶ ରାଉତ ୨ମାସ ପର୍ଯ୍ୟନ୍ତ କ୍ୟାମ୍ପସ୍ରେ ପ୍ରବେଶ କରିପାରିବେ ନାହିଁ। ଉଭୟଙ୍କୁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍କୁ ନ ଆସିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା।
ସେହିଭଳି ରାଗିଂକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଚତୁର୍ଥ ବର୍ଷ ଛାତ୍ର ସୂର୍ଯ୍ୟକାନ୍ତ ନାୟକ ଓ ରମେଶ ସେଠୀଙ୍କୁ ଦୁଇ ସପ୍ତାହ ପାଇଁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍କୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା