fbpx

(Video) MCA ଛାତ୍ରୀ ଆତ୍ମହତ୍ୟା ଘଟଣା: ପ୍ରେମିକର ଚାପୁଡ଼ା ଯୋଗୁଁ ଶେଷ ହୋଇଗଲା ୯ ବର୍ଷର ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାଶଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ସତ୍ୟଙ୍କ ସହ ଆଶ୍ରିତାଙ୍କ ପ୍ରେମ ସମ୍ପର୍କ ୯ ବର୍ଷ ଧରି ଥିବା ବେଳେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସନ୍ଦେହ । ଆଉ ଏହି ସନ୍ଦେହ ଯୋଗୁଁ ଆଶ୍ରିତା ଆଜି ଆଉ ଏଦୁନିଆରେ ନାହାନ୍ତି । ଦୁହିଁଙ୍କ ଝଗଡ଼ା ଓ ପ୍ରେମିକଙ୍କ ହାତରୁ ଚାପୁଡ଼ା ଖାଇବା ପରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଆଶ୍ରିତା ।

ତେବେ ଆଶ୍ରିତା ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏମସିଏ କରୁଥିଲେ। ନିଜ ଗାଁର ସତ୍ୟପ୍ରକାଶଙ୍କ ସହ ୨୦୧୪ ମସିହାରୁ ତାଙ୍କର ପ୍ରେମ ସମ୍ପର୍କ ଥିଲା । ସତ୍ୟପ୍ରକାଶ ଇନଫୋସିସ୍ ମୃଦ୍ୟୁପାନୀୟ ବିଭାଗରେ ଚାକିରି କରନ୍ତି । ୨୦୧୯ ମସିହାରୁ ଆଶ୍ରିତା ଜଣେ ପୁଅଙ୍କ ସହ କଥା ହେବାରୁ ଅସନ୍ତୁଷ୍ଟ ଥିଲେ ସତ୍ୟପ୍ରକାଶ । ଆଉ ୯ବର୍ଷ ପ୍ରେମ ସମ୍ପର୍କରେ ଝଡ ସୃଷ୍ଟି ହୋଇଥିଲା ।

ସେବେଠୁ ପ୍ରତି ମୁହୂର୍ତ୍ତରେ ଆଶ୍ରିତାଙ୍କୁ ମାନସିକ ନିର୍ୟାତନା ଦେଇଆସୁଥିଲେ ସତ୍ୟପ୍ରକାଶ । ଆଶ୍ରିତାଙ୍କ ମୃତଦେହ ମିଳିବା ପୂର୍ବଦିନ ରାତିରେ ସତ୍ୟପ୍ରକାଶ ଆଶ୍ରିତାଙ୍କ ଘର ନିକଟକୁ ଯାଇଥିଲେ । ସେଇ କଥାକୁ ନେଇ ତାଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ପରଦିନ ସକାଳୁ ଆଶ୍ରିତାଙ୍କ ମୃତଦେହ ଜବତ କରିଥିଲା ପୋଲିସ । ତେବେ କେତେବେଳେ ଆତ୍ମହତ୍ୟା କରିଥିଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ସେପଟେ, ପୁଲିସ ହାତରେ ଲାଗିଛି ଆତ୍ମହତ୍ୟା କରିଥିବା ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଶେଷ ଚିଠି । ପ୍ରଥମେ ପ୍ରେମ ଓ ଆଉ ତାପରେ ପ୍ରେମିକ ଦେଇଥିବା ଯନ୍ତ୍ରଣାକୁ ସେ ଅଙ୍ଗେ ନିଭାଇଥିବା କଥା ଚିଠିରେ ସେ ଉଲ୍ଲେଖ କରିଛନ୍ତି । ସୁଇସାଇଡ ନୋଟରେ ଆଶ୍ରିତା ନିଜ ମାଆଙ୍କୁ ଲେଖିଛନ୍ତି , ଦୁଇଦିନ ଧରି ମା ମୁଁ କାନ୍ଦୁଛି । ସେ ମୋତେ ବହୁତ ମାରିଛି । କଷ୍ଟ ବି ଦେଇଛି । ଯେଉଁଠି ବି ଥାଏ ତୋ କଥା ବହୁତ ମନେ ପଡିବ ମା , ମୁଁ ବହୁତ କଷ୍ଟ ପାଇଲିଣି, ସରି, ମା ମୁଁ ତୋ କଥା ରଖି ପାରିଲିନି । ମୋର ଚାକିରି କରିବାର ବହୁତ ଇଛା ଥିଲା ଆଉ ତାହା ହୋଇପାରିବନି । ବାପା ମୋତେ ପାରିବ ଯଦି କ୍ଷମା କରିଦେବେ ।

Get real time updates directly on you device, subscribe now.