fbpx

ଏଣିକି ଫ୍ଲାଇଟ୍ ପାଇଁ ଦେଖାଇବାକୁ ପଡିବ ମେଡିକାଲ ସାର୍ଟିଫିକେଟ୍

Advertisement

କରୋନା ଭାଇରସ୍ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନର ଅବଧି ମେ ୩ରେ ସମାପ୍ତ ହେବାକୁ ଯାଉଛି । ହଟସ୍ପଟ୍ ଅଞ୍ଚଳକୁ ଛାଡି ବାକି ଅଞ୍ଚଳରେ ଲକ୍-ଡାଉନ୍ ହଟାଇବା ଉପରେ ସରକାର ବିଚାର କରୁଛନ୍ତି । କିନ୍ତୁ ଟ୍ରେନ୍ ଓ ବିମାନ ଉଡାଣକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଲକ୍-ଡାଉନ୍ ପରେ ଫ୍ଲାଇଟରେ ଯାତ୍ରା କରିବାକୁ ଯଦି ଆପଣ ଭାବୁଥାନ୍ତି , ତେବେ ଆପଣଙ୍କୁ ନିଜର ଓ ପରିବାର ଲୋକଙ୍କ ମେଡିକାଲ ସାର୍ଟିଫିକେଟ୍ ଦେଖାଇବାକୁ ପଡିବ । ଡାକ୍ତର, ଏୟାରପୋର୍ଟ ଅଧିକାରୀଙ୍କ ଏକ ଟେକ୍ନିକାଲ କମିଟି ଉଡାଣ ପାଇଁ ଏକ ନୂଆ ନିୟମ ପ୍ରସ୍ତୁତ କରିବା ଉପରେ ଆଲୋଚନା କରୁଛନ୍ତି, ଯାହା ଦ୍ୱାରା କରୋନା ବିସ୍ତାରକୁ ରୋକାଯାଇପାରିବ । ଅନ୍ୟପଟେ ଟ୍ରେନ୍ ଚଳାଚଳ ଓ ବିମାନ ଉଡାଣ ପୁଣିଥରେ୧୫ ମେ’ ରୁ ଆରମ୍ଭ ହେବ ବୋଲି ଆଶଙ୍କା କରାଯାଉଛି । ଏହା ସହ ଜୁନ୍ ସୁଦ୍ଧା ସମଗ୍ର ଦେଶରେୁ ଲକ୍-ଡାଉନ୍ ହଟିଯାଇପାରେ ।

Get real time updates directly on you device, subscribe now.