ଭୁବନେଶ୍ବର : ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା । ଜଗତସିଂହପୁରବାସୀଙ୍କ ପାଇଁ ଖୁସି ଖବର । ମେଡିକାଲ କଲେଜ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଜଗତସିଂହପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ତେବେ ଜଗତସିଂହପୁରରେ ମେଡିକାଲ କଲେଜ ହେଲେ କିଛିକାଂଶରେ ରାଜ୍ୟବାସୀଙ୍କ ସମସ୍ୟା କମିଯିବ । ଲୋକେ ଉନ୍ନତ ଧରଣର ସ୍ବାସ୍ଥ୍ୟସେବା ପାଇବେ ।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆମ ପାଇଁ କର୍ମ ହେଉଛି ଏକମାତ୍ର ମାନଦଣ୍ଡ । ଓଡ଼ିଶାକୁ ବିକାଶ ରାସ୍ତାରେ ଦୌଡ଼ାଇବା ପାଇଁ ବଜେଟ୍ ଆଣିଛୁ ।୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାରେ ପରିଣତ କରିବା ଆମ ଲକ୍ଷ୍ୟ ବୋଲି କହିଥିଲେ ।
ତେବେ ଗତ ଡିସେମ୍ବରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, 30 ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବ । ତେବେ ମେଡିକାଲ କଲେଜରୁ ବାଦ ରହିଥିବା ଜଗତସିଂହପୁରରେ ଆଜି ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।