fbpx

ଇତିହାସ ରଚିଲା ମେଡିକାଲ ସାଇନ୍ସ: ବିନା ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟରେ ସୁସ୍ଥ ହେଲା ୧ ୨ ବର୍ଷର ବାଳକ, ଇକମୋରେ ରଖାଯାଇଥିଲା ୬୫ ଦିନ

ନୂଆଦିଲ୍ଲୀ: ଭାରତର ମେଡିକାଲ୍ ସାଇନ୍ସ ଲଗାତର ଭାବରେ ଇତିହାସ ରଚିବାରେ ଲାଗିଛି । ଆଉ ଏବେ ଚିକିତ୍ସୀା ପ୍ରଣାଳୀରେ ଏପରି ଏକ କୀର୍ତ୍ତିମାନ ହାସଲ କରିଛି ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚାର ପରିସର ରହିଛି । ଗୋଟିଏ ୧୨ ବର୍ଷର ପିଲାଠାରେ ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ ନକରାଯାଇ ସୁସ୍ଥ କରାଯାଇଛି । ପିଲାଟି ସୁସ୍ଥ ହେବାପରେ ପରିବାର ଲୋକ ଡାକ୍ତରମାନଙ୍କୁ ଆଭାର ବ୍ୟକ୍ତି କରିଛନ୍ତି । ଦେଶ ଓ ଏସିଆରେ ଏପରି ପ୍ରଥମ ଥର ହୋଇଛି । ଯେଉଁଥିରେ ବିନା ଲଙ୍ଗସ୍ ଟ୍ରାନ୍ସପ୍ଲାଣ୍ଟରେ ପିଲାଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଇଛି ।

 

ଉତ୍ତର ପ୍ରଦେଶରେ ରହୁଥିବା ୧୨ ବର୍ଷର ଶୌର୍ଯ୍ୟ ଚାରି ମାସ ତଳେ କୋଭିଡ୍ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିଲା । ଏହି ସମୟରେ ତାର ଫୁସଫୁସ ଇନ୍ଫେକ୍ସନ୍ ହୋଇଯାଇଥିଲା । ଲଖନଉର ଡାକ୍ତର ମାନେ ତାଙ୍କ ପରିବାରକୁ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପରାମର୍ଶ କରିଥିଲେ । ହେଲେ ଏହା ଭିତରେ ତାଙ୍କ ପରିବାରକୁ କେିଂ ଜଣେ ହାଇଦ୍ରାବାଦ୍ ର ଡାକ୍ତରଙ୍କ ସହିତ ଭେଟ କରିବାକୁ କହିଥିଲେ । ଏହାପରେ ଶୌର୍ଯ୍ୟଙ୍କୁ ପରିବାର ଲୋକେ ହାଇଦ୍ରାବାଦ୍ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା । ସେଠାରେ ୬୫ ଦିନ ପର୍ଯ୍ୟନ୍ତ ଇସିଏମଓ ଲାଇଫ୍ ସପୋର୍ଟରେ ରଖାଗଲା । ଆଉ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ । ହାଇଦ୍ରାବାଦର କୃଷ୍ଣା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡାକ୍ତର ମାନେ ଅତ୍ୟାଧୁନିକ ଇସିଏମଓ ଲାଇଫ୍ ସିଷ୍ଟମ୍ ରେ ରଖି ପିଲାଟିକୁ ଠିକ୍ କରିଦେଇଥିଲେ । ଖୁବ୍ ଶୀଘ୍ର ଶୌର୍ଯ୍ୟଙ୍କୁ ଡିସଚାର୍ଜ କରାଯିବ ।

Get real time updates directly on you device, subscribe now.