ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୀରା ପରିଡ଼ା, କହିଲେ ଯେଉଁମାନେ ମୋର ଚରିତ୍ର ସଂହାର କରୁଛନ୍ତି ତାଙ୍କୁ…

କଟକ,୩ା୩: ସୋମବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମାଜସେବୀ ମୀରା ପରିଡ଼ା । କିଛି ଦିନ ତଳେ ତାଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ମୀରା କହିଥିଲେ, ଯେଉଁମାନେ ମୋର ଚରିତ୍ର ସଂହାର କରୁଛନ୍ତି ଏନେଇ ମୁଁ ହାଇକୋର୍ଟ ଯିବି । ତେବେ ଆଜି ମୀରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ସହ ମୀରାଙ୍କ ଭିଡିଓ ଭାଇରାଲ ହୋଇଥିଲା । ସେ କୁଆଡ଼େ ମୀରାଙ୍କ ଜୀବନସାଥୀ ବୋଲି ଲୋକେ କହିଥିଲେ । ମୀରା କହିଥିଲେ ତାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ମୋତେ ଅଯଥାରେ ବଦନାମ କରାଯାଉଛି । ସେ ଜଣେ କ୍ୟାନସର ପୀଡ଼ିତ । ମୁଁ ଜଣେ ସମାଜସେବୀ ଭାବରେ ତାଙ୍କୁ ସାହାଯ୍ୟ ସହଯୋଗ କରିଛି । ମାତ୍ର କିଛି ଗଣମାଧ୍ୟମ ଏହାକୁ ନେଇ ନିଜର ଟିଆରପି ବଢ଼ାଇବା ପାଇଁ ମଧ୍ୟ ମୋର ଚରିତ୍ର ସଂହାର କରୁଛନ୍ତି । ସୋମାନଙ୍କୁ ମୁଁ ଜାଣିଛି । ତାଙ୍କ ବିରୋଧରେ ହାଇକୋର୍ଟ ଯିବି । ମୀରା କହିଛନ୍ତି, ମୋତେ ନେଇ ସୋସିଆଲ ମିଡିଆରେ ଯେଉଁସବୁ ଭିଡିଓ ଫଟୋ ପୋଷ୍ଟ ହୋଇଛି ତାହା ତୁରନ୍ତ ଡିଲିଟ୍ କରାଯାଉ ।