fbpx

ପ୍ରେମିକଙ୍କୁ ବାହା ହେବାକୁ ଜିଦ୍ ଧରି ବସିଥିଲା ଭଉଣୀ, ରାସ୍ତାରେ ଲୋକଙ୍କ ସାମ୍ନାରେ ଲାଇଭ୍ ମର୍ଡର କଲା ଭାଇ

ଲକ୍ଷ୍ନୌ: ପଶ୍ଚିମ ୟୁପିର ମେରଠ ସହରରୁ ଆସିଲା ସାଙ୍ଘାତିକ ଖବର। ‘ଅଂନର କିଲିଂ’ ମାମଲା ସାମ୍ନାକୁ ଆସିଛି । ନିଜ ଭଉଣୀକୁ ହତ୍ୟା କରିଛି ଭାଇ । ନିଜର ୧୭ ବର୍ଷୀୟ ଭଉଣୀକୁ ତଣ୍ଟି ଚିପି ମାରିଲା ଭାଇ। ଅଭିଯୁକ୍ତ ନିଜ ଭଉଣୀ ଉପରେ ଏତେ ରାଗି ଯାଇଥିଲା ଯେ, ଭଉଣୀର ଜୀବନ ବାହାରିବା ପର୍ଯ୍ୟନ୍ତ ସେ ନିଜ ଦୁଇ ହାତରେ ନିଷ୍ଠୁର ଭାବରେ ତାର ଗଳାକୁ ଚାପି ରଖିଥିଲା।

ସବୁଠାରୁ ଲଜ୍ଜାଜନକ ବିଷୟ ହେଉଛି ଯେତେବେଳେ ଅଭିଯୁକ୍ତ ତାଙ୍କ ଭଉଣୀକୁ ହତ୍ୟା କରୁଥିଲା ସେତେବେଳେ ସେଠାରେ ଅନେକ ଲୋକ ଥିଲେ । କିନ୍ତୁ ସମସ୍ତଙ୍କ ମଣିଷ ପଣିଆ ମରିଯାଇଥିଲା। ଅଭିଯୁକ୍ତଙ୍କୁ ଅଟକାଇବା ପରିବର୍ତ୍ତେ ସେ ହତ୍ୟାକାଣ୍ଡର ଲାଇଭ୍ ଭିଡିଓ ତିଆରି କରୁଥିଲେ। ଲୋକଙ୍କ ଭିଡିଓ ତିଆରି କରିବା ସମୟରେ ଝିଅଟିର କେତେବେଳେ ଜୀବନ ଚାଲିଯାଇଛି ତାହା ମଧ୍ୟ କେହି ଜାଣି ନଥିଲେ। ଭିଡିଓରେ ଦେଖିବାକୁ ମିଳୁଛି କି କିପରି ଜଣେ ଯୁବକ ତାଙ୍କ ଭଉଣୀର ନିଷ୍ପତ୍ତିରେ ରାଗି ଯାଇ ତାଙ୍କୁ ମାରି ଦେଉଛନ୍ତି।

ସୂଚନା ଅନୁସାରେ ମୃତ ନାବାଳିକା ଜଣକ ନିଜ ପ୍ରେମିକଙ୍କ ସହ ଘରୁ ପଳାଇ ଯାଇଥିଲେ। ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଘରକୁ ଗଲା ପରେ ଝଗଡ଼ା ହେବାରୁ ଭାଇ ଭଉଣୀକୁ ହତ୍ୟା କରିଥିଲା। ପୋଲିସ ଅଭିଯୁକ୍ତ ଭାଇକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି। ଥାନା ଇଞ୍ଚୌଲି ଅଞ୍ଚଳର ନାଙ୍ଗଳା ଶେଖୁଙ୍କ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଟି ଏତେ ଭୟଙ୍କର ଯେ ଆମେ ଆପଣଙ୍କୁ ଦେଖାଇ ପାରିବୁ ନାହିଁ ।

 

Get real time updates directly on you device, subscribe now.