ଅମିତ ଶାହଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ, କିଛି ସମୟ ପରେ ବଡ଼ ନିଷ୍ପତ୍ତି
ପାକିସ୍ତାନ ବିରୁଦ୍ଧରେ ପୁଣି ବଡ଼ ଆଲିଚନା କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।
ନୂଆଦିଲ୍ଲୀ: ପହଲଗାମରେ ହିନ୍ଦୁମାନଙ୍କ ଉପରେ ନିଶାନା ଆଉ ଆତଙ୍କବାଦୀଙ୍କ ଗୁଳି ବିନିମୟ ପରେ ଭାରତ ପାକିସ୍ତାନ ଉପରେ ପ୍ରତିଶୋଧ ପରାୟଣ ହୋଇପଡିଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ପାକିସ୍ତାନ ସହ ସିନ୍ଧୁ ନଦୀ ଚୁକ୍ତିକୁ ଭାରତ ବାତିଲ କରିଛି।
ଆଉ ତାପରେ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ବସିଛି। ଯାହାକି ସିନ୍ଧୁ ନଦୀ ଚୁକ୍ତିକୁ ନେଇ ହେଉଛି ବୋଲି ସୂଚନା ମିଳିଛି। ସିନ୍ଧୁ ନଦୀ ଚୁକ୍ତି ନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଉଛି।
ବୈଦେଶିକ ମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀ ବୈଠକରେ ଉପସ୍ଥିତ ଅଛନ୍ତି। ସିନ୍ଧୁ ଚୁକ୍ତି ବାତିଲ ପରେ ବସିଲା ଉଚ୍ଚସ୍ତରୀୟ ବୈଠକ। ପରବର୍ତ୍ତୀ ପଦକ୍ଷେପ ନେଇ ବିଚାରବିମର୍ଶ ହେଉଛି।
ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ସେପ୍ଟେମ୍ବର ୧୯ ତାରିଖରେ ସିନ୍ଧୁ ନଦୀର ଜଳକୁ ନେଇ ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ବିଶ୍ୱବ୍ୟାଙ୍କର ସହାୟତାରେ ପ୍ରସ୍ତୁତ ହୋଇଥିଲା। ଏହି ଚୁକ୍ତିରେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ପାକିସ୍ତାନର ରାଷ୍ଟ୍ରପତି ଆୟୂବ ଖାନ ହସ୍ତାକ୍ଷର କରିଥିଲେ।
ଏହି ଚୁକ୍ତିରେ ସିନ୍ଧୁ ନଦୀ ପ୍ରଣାଳୀରେ ଆସୁଥିବା ୬ଟି ନଦୀ ଯଥା ରାବୀ, ବ୍ୟାସ ଓ ସତଲୁଜ ନଦୀର ପାଣି ଭାରତକୁ ଦିଆଗଲା ଓ ସିନ୍ଧୁ, ଝେଲମ୍ ଓ ଚିନାବର ପାଣି ପାକିସ୍ତାନ ନେଇପାରିବ ବୋଲି ଚୁକ୍ତି ହେଲା।
ହାସହ ଏ ସମସ୍ତ ନଦୀର କିଛି କିଛି ପାଣି ଉଭୟ ଦେଶ ବ୍ୟବହାର କରିପାରିବେ ବୋଲି ଉଲ୍ଲେଖ ହେଲା। କିନ୍ତୁ ପହଲଗାମରେ ହିନ୍ଦୁମାନଙ୍କୁ ପାକିସ୍ତାନୀ ଆତଙ୍କହାଦୀ ହତ୍ୟା କରିବା ପରେ ଏହି ଚୁକ୍ତିକୁ ବାତିଲ କରିଛନ୍ତି ଭାରତ ସରକାର।