fbpx
BSKY
BJD YOUTH SKY
BJD MS SKY

ଦୈନିକ ୬ କପରୁ ଅଧିକ କଫି ପିଇବା ଦ୍ୱାରା ଚାଲିଯିବ ୫୩% ସ୍ମୃତିଶକ୍ତି: ଅଧ୍ୟୟନ

ନୂଆଦିଲ୍ଲୀ: କଫିକୁ ନେଇ ଏକ ନୂତନ ଅଧ୍ୟୟନ ସାମନାକୁ ଆସିଛି । ଅଷ୍ଟ୍ରେଲିୟାର ଏକ ଅଧ୍ୟୟନକାରୀ ଟିମ୍ କହିଛନ୍ତି ଯେ, ଦୈନିକ ୬ କପ୍ ରୁ ଅଧିକ କଫି ପିଇବା ଦ୍ୱାରା ଏହାର ପ୍ରଭାବ ସିଧାସଳଖ ମସ୍ତିସ୍କ ଉପରେ ପଡ଼ିଥାଏ । ଅଧିକ କଫି ପିଇବା ଫଳରେ ସ୍ମୃତିଶକ୍ତି ୫୩ ପ୍ରତିଶତ ପର୍ଯ୍ୟନ୍ତ କମ୍ ହ୍ରାସ ପାଇବାର ଆଶଙ୍କା ରହିଥାଏ । ଏହାବାଦ୍ ଷ୍ଟ୍ରୋକ୍ ହେବାର ଭୟ ମଧ୍ୟ ରହିଥାଏ ।

କଫିରେ କଫୀନ୍ ନାମକ ଏକ ତତ୍ତ୍ୱ ଦେଖିବାକୁ ମିଳେ । ଏହା ସିଧାସଳଖ ମନୁଷ୍ୟର ମସ୍ତିସ୍କ ଉପରେ ପଡ଼େ । ଯଦ୍ୱାରା ଆପଣ ମାରେ ରିଲାକ୍ସ ଅନୁଭବ କରନ୍ତି । କିନ୍ତୁ ଯେତେବେଳେ ଏହାର ମାତ୍ରା ଅଧିକ ହୁଏ ସେତେବେଳେ ଏହା ବ୍ରେନ୍ ଉପରେ ପ୍ରଭାବ ପକାଇଥାଏ । ଏଥିସହିତ ନିଦ ଆସିବାରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଥାଏ ।

ଖାଲି ସେତିକି ନୂହେଁ ଏହି ରିସର୍ଚ୍ଚରୁ ଆଉ ଏକ ତଥ୍ୟ ସାମନାକୁ ଆସିଛି । ଯାହା ହେଉଛି ଅଧିକ କଫି ପିଇବା ଦ୍ୱାରା ରକ୍ତ ଶର୍କରା ଉପରେ ପ୍ରଭାବ ପଡ଼େ ଏବଂ ଦୃଷ୍ଟିଶକ୍ତି କମିବାକୁ ଲାଗେ । ଏହାଦ୍ୱାରା ଗ୍ଲୁକୋମା ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଏ ।

Get real time updates directly on you device, subscribe now.