fbpx

କଙ୍ଗନାଙ୍କୁ ମୁମ୍ବାଇ କୋର୍ଟଙ୍କ ଚେତାବନୀ: ଜାଭେଦ ଅଖତର କେସ୍ ର ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ବିବାଦରେ ରହିଆସିଛନ୍ତି । କଙ୍ଗନା ରଣାୱତଙ୍କ ବିରୋଧରେ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ମାନହାନି ମାମଲା ରୁଜୁ କରିଛନ୍ତି । ପ୍ରକୃତରେ କଙ୍ଗନା ଗତ ବର୍ଷ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ ।

କଙ୍ଗନା ଜାଭେଦ ଅଖତରଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସେ ବଲିଉଡ଼ରେ ଭେଦଭାବ କରୁଛନ୍ତି । ଯାହାକୁ ନେଇ ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମାନହାନି କେସ୍ କରିଥିଲେ । ଆଜି ଏହି କେସର ଶୁଣାଣି ହେବାର ଥିଲା । ତେବେ ଏହି ଶୁଣାଣିରେ କୋର୍ଟଙ୍କ କଙ୍ଗନାଙ୍କ ଉପରେ କଡ଼ା ଆଭିମୁଖ୍ୟ ରଖିଥିଲେ ।
କଙ୍ଗନା ଶୁଶାଣିକୁ ଆସିନଥିଲେ, ଯାହାକୁ ନେଇ କୋର୍ଟ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣିକୁ ସେପ୍ଟେମ୍ବର ୧କୁ ଘୁଞ୍ଚାଇଛନ୍ତି ।କୋର୍ଟ କହିଛନ୍ତି ଯଦି କଙ୍ଗନା ଏହି ସମୟରେ କୋର୍ଟରେ ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରାଯିବ ।

ଏହା ପୂର୍ବରୁ କଙ୍ଗନା ରଣାୱତ କୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ ଏହି ଯାଚିକାରେ ସେ କହିଥିଲେ ଜାଭେଦ ଅଖତରଙ୍କ ମାନହାନି ମାମଲାରେ କୋର୍ଟରେ ହାଜର ହେବାରୁ ସବୁଦିନ ପାଇଁ ତାଙ୍କୁ ମୁକ୍ତ କରିବାକୁ । କୋର୍ଟ କଙ୍ଗନାଙ୍କ ଏହି ଯାଚିକାକୁ ଖାରଜ କରିଦେଇଥିଲେ । କଙ୍ଗନା ଦଲିଲରେ ନିଜ ପକ୍ଷ ରଖି କହିଥିଲେ ସେ ତାଙ୍କ କାମକୁ ନେଇ ଦେଶ-ବିଦେଶର ଅଲଗା ଅଲଗା ଭାଗରେ ରହୁଛନ୍ତି ଏମିତିରେ ସବୁ ଶୁଣାଣିରେ ପହଞ୍ଚିପାରିବେ ନାହିଁ ।

Get real time updates directly on you device, subscribe now.