fbpx
BSKY SKY
BSKY SKY

‘ବାଥରୁମ କବାଟ ଖୋଲି ଗାଧୋଇବାକୁ କହୁଥିଲେ ମାଲିକ’, ଅଭିଯୋଗ ପରେ ଏହି ଦଣ୍ଡ ଦେଲେ କୋର୍ଟ

BSKY

ନୂଆଦିଲ୍ଲୀ: ବାଥରୁମ କବାଟ ଖୋଲି ଗାଧୋଇବାକୁ କହୁଥିଲେ, କିପରି ଓ କେଉଁ ଅବସ୍ଥାରେ ଗାଧୋଉଛ ତାହା ମଧ୍ୟ ଦେଖାଓ ବୋଲି କହୁଥିଲେ । ଘରେ କାମ କରୁଥିବା ଜଣେ ମହିଳାଙ୍କୁ ଏପରି ମାନସିକ ନିର୍ଯାତନା ଦେଉଥିବା ଜଣେ ମହିଳାଙ୍କୁ ଗିରଫ ହୋଇଛନ୍ତି । ଆଉ କୋର୍ଟ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଭଳି ଏକ ଘଟଣା ଆସିଛି ସିଙ୍ଗାପୁରରୁ ।

ସୂଚନାନୁସାରେ, ସିଙ୍ଗାପୁରରେ ରୋସିଡାନା ନାମକ ଜଣେ ମହିଳା ତାଙ୍କ ଘରେ କାମ କରୁଥିବା ସହାୟିକା ମାୟଙ୍ଗସୁଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ମାୟଙ୍ଗସୁ ୨୦୧୭ ସେପ୍ଟେମ୍ବରରୁ ଡିସେମ୍ବର ୨୯ ଯାଏଁ ମହିଳାଙ୍କ ଘରେ କାମ କରୁଥିଲେ । ଘର କାମ କରିବା ସହ ଶିଶୁଙ୍କର ମଧ୍ୟ ଯତ୍ନ ନେଉଥିଲେ । ତେବେ ମାୟଙ୍ଗସୁ ଅଭିଯୋଗ କରିଥିଲେ ଯେ, ମହିଳା(ମାଲିକ) ତାଙ୍କୁ ଛୁଟି ଦେଉନଥିଲେ କି ଦରମା ମଧ୍ୟ ସମୟରେ ଦେଉନଥିଲେ । ଶୋଇବା ଠିକ ଭାବେ ହେଉନଥିଲା । ଖାଲି ସେତିକି ନୁହେ ଦେହ ଗନ୍ଧ ହେଉଛି ବୋଲି କହି ବାଥରୁମ ଖୋଲି ସାମ୍ନାରେ ଗାଧୋଇବାକୁ ସେ ମାୟଙ୍ଗସୁଙ୍କୁ କହିଥିଲେ ।

ଅତ୍ୟଧିକ ନିର୍ଯାତନା ପରେ ସେ କାମ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ବି ମହିଳାଜଣଙ୍କ ତାଙ୍କୁ ବ୍ଲାକମେଲିଂ ମଧ୍ୟ କରିବାକୁ ପଛାଇ ନଥିଲେ । ଏପରିକି ତାଙ୍କ ସ୍ୱାମୀଙ୍କ ଆଗରେ ମଧ୍ୟ ଅତ୍ୟାଚାର କରିବା ସହ ଉଲଗ୍ନ କରି ମାନସିକ ଆଘାତ ଦେଉଥିଲେ । ଏନେଇ ମାୟଙ୍ଗସୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲାରେ ଶୁଣାଣି କରି ରୋସିଡାନାଙ୍କୁ ୭୫୦୦ ଡଲାର ସହ ଦେଢବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି ।

 

Get real time updates directly on you device, subscribe now.