fbpx

କମି ଯାଉଛି କି ସ୍ମରଣଶକ୍ତି? ଆଖି ଉପରେ ପଡିବ ପ୍ରଭାବ: ଏହି ଭିଟାମିନ୍ ହେଉଛି ମୁଖ୍ୟ କାରଣ

ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନର ବହୁତ ଆବଶ୍ୟକତା ରହିଛି । ସେହିପରି ସ୍ମରଣଶକ୍ତିକୁ ବୃଦ୍ଧି କରିବା ଏବଂ ଏହାକୁ ଆହୁରି ମଜବୁତ କରିବା ପାଇଁ ମଧ୍ୟ ଭିଟାମିନର ଆବଶ୍ୟତା ଅଛି । ତେଣୁ ଆମକୁ ଶରୀରର ଯତ୍ନ ନେବା ପାଇଁ ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ ନଚେତ୍ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି । ତେବେ ସ୍ମରଣଶକ୍ତିକୁ ତୀକ୍ଷ୍ଣ କରିବା ପାଇଁ ଭିଟାମିନ୍ ବି-୧୨ ଯୁକ୍ତ ଖାଦ୍ୟ ନିଜ ଡାଏଟରେ ସାମିଲ କରିବା ଉଚିତ୍ । ଭିଟାମିନ୍ ବି-୧୨ ଅଭାବରୁ ଏହିସବୁ ରୋଗ ଦେଖିବାକୁ ମିଳିଥାଏ ।

  • ଭୁଲିବା ବେମାରୀ: ଭିଟାମିନ୍ ବି-୧୨ ଯୁକ୍ତ ଖାଦ୍ୟ ଖାଉ ନଥିବା ବ୍ୟକ୍ତିମାନଙ୍କ ପ୍ରାୟତଃ ମାନସିକ ସ୍ତରରେ ସୁସ୍ଥ ରହି ପାରନ୍ତି ନାହିଁ । ଏମାନଙ୍କୁ ଖୁବଶୀଘ୍ର ଅନେକ ମାନସିକ ରୋଗ ଆକ୍ରାନ୍ତ କରିପାରେ । କିଛି ଲୋକଙ୍କ ସ୍ମରଣଶକ୍ତି କମଜୋର ହୋଇଯାଇଥାଏ । ସେଥିପାଇଁ ସେମାନେ ଛୋଟ ଛୋଟ କଥା ଭୁଲି ଯାଆନ୍ତି । ଏହା ଭିଟାମିନ୍ ବି-୧୨ର ଅଭାବ ଯୋଗୁଁ ହୋଇଥାଏ ।
  • ଆଖି ଉପରେ ପଡେ ପ୍ରଭାବ: ଭିଟାମିନ୍ ବି-୧୨ ଜନିତ ଖାଦ୍ୟ ନଖାଇଲେ ଏହା ଆପଣଙ୍କ ଆଖିରେ ମଧ୍ୟ ଖରାପ ପ୍ରଭାବ ପକାଇବ । ଏହି ଭିଟାମିନ ଅଭାବରୁ ସାଧାରଣତଃ ଦୃଷ୍ଟିଶକ୍ତି କମ୍ ହେବା, ଜଳକା ଦିଶିବା ଏବଂ ଛୋଟ ଅକ୍ଷର ପଢିବାରେ ଆଖିରେ ଯନ୍ତ୍ରଣା ହେବା ଇତ୍ୟାଦି ସମସ୍ୟା ଦେଖା ଦେଇପାରେ ।
  • ରକ୍ତ ଅଭାବ: ଶରୀରରେ ଭିଯାମିନ୍ ବି-୧୨ କମ୍ ହେଲେ ଆପଣ ଏନିମିଆର ଶିକାର ହୋଇଥାଆନ୍ତି । କାରଣ ଏଭଳି ପରିସ୍ଥିତିରେ ଆମ ଶରୀରର ରେଡ ବ୍ଲଡ ସେଲ୍ ର ପ୍ରସ୍ତୁତି ମଧ୍ୟ କ୍ଷୀଣ ହୋଇଯାଏ । ଏହାଦ୍ୱାରା ରକ୍ତ ଅଭାବ ଭଳି ସମସ୍ୟା ଦେଖାଦେଇପାରେ ।
  • ହାଡରେ ଯନ୍ତ୍ରଣା: ଯଦି ଆପଣଙ୍କୁ ଅଧିକାଂଶ ସମୟରେ ହାଡରେ ଯନ୍ତ୍ରଣା ହେଉଛି, ତେବେ ଏହା ଭିଟାମିନ୍ ବି-୧୨ ଯୋଗୁଁ ହୋଇଥାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆବଶ୍ୟକୀୟ ଖାଦ୍ୟ ଖାଇବା ଉଚିତ୍ । ନଚେତ୍ ଏହା ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଇତ୍ୟାଦି ରୋଗ ମଧ୍ୟ ସୃଷ୍ଟି କରିପାରେ ।

 

Get real time updates directly on you device, subscribe now.