fbpx

ବୁଢା ହେଲେ ବି କମି ଯିବନି ସ୍ମରଣ ଶକ୍ତି, ବାସ୍ କରନ୍ତୁ ଏହି ସହଜ ଉପାୟ ଅନୁସରଣ

Advertisement

ନୂଆଦିଲ୍ଲୀ: ବାର୍ଦ୍ଧକ୍ୟ ଆସିଲେ ମଣିଷର ସ୍ମରଣ ଶକ୍ତି ହ୍ରାସ ପାଏ । ଆମେ ଏହାକୁ ସ୍ୱଭାବିକ ବୋଲି ଧରିନେଉ । ଆମେ ଭାବୁ ଏହାର କୌଣସି ଉପଚାର ନାହିଁ । କିନ୍ତୁ ବୈଜ୍ଞାନିକମାନେ କହିଲେଣି ବୁଢା ହେଲେ ବି ଆପଣଙ୍କ ସ୍ମରଣ ଶକ୍ତି ହ୍ରାସ ପାଇବ ନାହିଁ । ଏଥିପାଇଁ ଆପଣଙ୍କୁ କେତେକ ଦିଗ ଉପରେ ବିଶେଷ

ଧ୍ୟାନ ଦେବାକୁ ହେବ ।
ବିଜ୍ଞାନରେ ଏହି କଥା ଉପରେ ସହମତି ହୋଇଛି ଯେ, ଆମର ଖାଦ୍ୟପେୟର ସିଧା ପ୍ରଭାବ ଆମ ମସ୍ତିଷ୍କ ଉପରେ ପଡିଥାଏ । ଏଥିପାଇଁ ସର୍ବଦା ଭଲ ଖାଦ୍ୟ, ତଟକା ଖାଦ୍ୟ ଓ ପୋଷକତତ୍ତ୍ୱରେ ଭରପୁର ଖାଦ୍ୟ ଖାଇବା ଉପରେ ଜୋର ଦିଆଯାଇଥାଏ । ବୈଜ୍ଞାନିକମାନେ ମଧ୍ୟ ଏକ ଅଧ୍ୟୟନରେ ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଅଧ୍ୟୟନରୁ ସେମାନେ ଜାଣି ପାରିଛନ୍ତି କି ଯଦି ଆମେ ଖାଦ୍ୟପେୟରେ କିଛି ଆବଶ୍ୟକ ପରିବର୍ତ୍ତନ କରିଦେବା ତେବେ ଆମ ମସ୍ତିଷ୍କର ବୟସକୁ ଦ୍ରୁତ ଗତିରେ ବୃଦ୍ଧିକୁ ଅଟକାଇ ପାରିବା ।

ବାସ୍ତବରେ ଯେତେ ଯେତେ ଆମ ବୟସ ବଢିଥାଏ ସେତେସେତେ ଆମ ମସ୍ତିଷ୍କ ଦୂର୍ବଳ ହେବାରେ ଲାଗିଥାଏ । ଆମର ସ୍ମରଣ ଶକ୍ତି ଦୂର୍ବଳ ହୋଇଯାଏ ଓ ସାମାନ୍ୟ ବି ଜଟିଳ ଜିନିଷକୁ ବୁଝିବାରେ ଆମକୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
ବୈଜ୍ଞାନିକମାନେ ଏହି ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି କି ଭୂମଧ୍ୟସାଗରୀୟ ଶୈଳୀର ଖାଦ୍ୟପେୟ ଯେପରିକି ମାଛ, ଅଲିଭ୍ ଅଏଲ୍‌, ଫଳ, ସବୁଜ ପନିପରିବା, ଗଜା ମୁଗ,ବୁଟ ଇତ୍ୟାଦି ନିଜ ଖାଦ୍ୟପେୟରେ ସାମିଲ କରିବା ଦ୍ୱାରା ଆମର ମସ୍ତିଷ୍କ ଦୀର୍ଘ ସମୟ ଧରି ସୁସ୍ଥ ରହିଥାଏ । ବୟସ ବଢିଲେ ବି ଆମର ସ୍ମରଣ ଶକ୍ତି ଠିକ୍ ରହିଥାଏ ।

ଏହା ସହିତ ବୈଜ୍ଞାନିକମାନେ କହିଛନ୍ତି, କିଛି ପୋଷକତତ୍ତ୍ୱ ଯେପରିକି ଫ୍ୟାଟି ଏସିଡ୍‌, ଆଣ୍ଟି ଅକ୍ସିଡାଣ୍ଟସ୍‌(ଭିଟାମିନ୍ ଇ), କେରୋଟିନଏଡ୍‌(ରଙ୍ଗୀନ ପରିବା ଓ ଫଳରେ ମିଳିଥାଏ),କୋଲିନ୍‌(ଅଣ୍ଡା ଓ ସୋୟାବିନରେ ମିଳିଥାଏ) ମସ୍ତିଷ୍କର ଧିମା ଗତିକୁ ବୃଦ୍ଧି କରିଥାଏ ।
ଏନପିଜେ ଏଇଜିଂରେ ପ୍ରକାଶିତ ଏହି ଅଧ୍ୟୟନରେ ୬୫ରୁ ୭୫ ବର୍ଷ ବୟସର ଲୋକଙ୍କୁ ସାମିଲ କରାଯାଇଥିଲା । ଏଥିରେ ସେମାନଙ୍କ ଖାଦ୍ୟପେୟ ଅଭ୍ୟାସ ଉପରେ ଧ୍ୟାନ ଦିଆଯାଇଥିଲା ଓ ଲକ୍ଷ୍ୟ କରାଯାଇଥିଲା ସେମାନଙ୍କ ଖାଦ୍ୟପେୟ ଓ ସେମାନଙ୍କ ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ମଧ୍ୟରେ କ’ଣ ସଂପର୍କ ରହିଛି । ଏହି ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଥିଲା କି ଆମର ଖାଦ୍ୟପେୟର ସିଧା ପ୍ରଭାବ ଆମ ମସ୍ତିଷ୍କ ଉପରେ ପଡିଥାଏ ।

Get real time updates directly on you device, subscribe now.