fbpx

Irritable Male Syndrome; ପୁରୁଷଙ୍କ ଦେହରେ ବି ଦେଖାଯାଏ ପିରିୟଡସ ଭଳି ଲକ୍ଷଣ: ଜାଣନ୍ତୁ କ’ଣ ଏହି IMS?

Advertisement

ଓଡ଼ିଶା ଭାସ୍କର: ମହିଳାଙ୍କ ଶରୀରରେ ହେଉଥିବା PMSing ବିଷୟରେ ଆମେ ସମସ୍ତେ ଜାଣିଛନ୍ତି । ଏହି ସମୟରେ ମହିଳାଙ୍କ ଚିନ୍ତାଧାରାରେ ଅନେକ ପରିବର୍ତ୍ତନ ହୋଇଥାଏ ଏବଂ କିଛି ଶାରୀରିକ ପରିବର୍ତ୍ତନ ମଧ୍ୟ ପରିଲକ୍ଷିତ ହୋଇଥାଏ । ଶରୀରରେ ଆଷ୍ଟ୍ରୋଜେନ୍ ହରମୋନରେ ହ୍ରାସ ଘଟିବାରୁ ଏପରି ହୋଇଥାଏ । ତେବେ ଏହା କେବଳ ମହିଳାଙ୍କ କ୍ଷେତ୍ରରେ ନୁହେଁ, ପୁରୁଷଙ୍କ ଶରୀରରେ ମଧ୍ୟ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ପୁରୁଷଙ୍କ ଶରୀରରେ ମଧ୍ୟ ହରମୋନ୍ ସ୍ତରରେ ପରିବର୍ତ୍ତନ ହୁଏ, ଯାହାଦ୍ୱାରା ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଦେଖାଯାଇଥାଏ । ପୁରୁଷଙ୍କ ଶରୀରରେ ଦେଖା ଯାଉଥିବା ଏଭଳି ପରିବର୍ତ୍ତନକୁ Irritable Male Syndrome (IMS) କୁହାଯାଏ ।

ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟିରୋନ୍ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ହରମୋନ୍ । ଏହା ଶରୀରିକ ସମ୍ବନ୍ଧ ପାଇଁ ଇଚ୍ଛାଶକ୍ତି ସହିତ ବୋନ୍ ଡେନସିଟି, ସ୍ପର୍ମ ତିଆରି କରିବା, ମାଂସପେଶୀ ଏବଂ ଲାଲ ରକ୍ତ କୋଶିକାକୁ ତିଆରି କରିବାରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିଶୋର ଅବସ୍ଥାରେ ପୁରୁଷମାନଙ୍କଠାରେ ଘଟୁଥିବା ଶାରୀରିକ ପରିବର୍ତ୍ତନ ପାଇଁ ମଧ୍ୟ ଏହା ଦାୟୀ । ଏହାସହିତ ଏହି ହରମୋନ ପୁରୁଷଙ୍କ ନର୍ଭସ ସିଷ୍ଟମକୁ ମଧ୍ୟ ପ୍ରଭାବିତ କରିଥାଏ । ଏହି ହରମୋନରେ ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ପୁରୁଷଙ୍କ ଶାରୀରିକ ତଥା ମାନସିକ ସ୍ଥିତିରେ ମଧ୍ୟ ପରିଲକ୍ଷିତ ହୋଇଥାଏ ।

ରିପୋର୍ଟ ଅନୁସାରେ, ଏହି Irritable Male Syndrome (IMS) ଅବସ୍ଥାରେ ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟିରୋନ ହରମୋନ ସ୍ତର ହ୍ରାସ ପାଇଥାଏ । ଯାହା ଫଳରେ ଚିଡ଼ଚିଡ଼ାପଣ, ନର୍ଭସ, କ୍ଳାନ୍ତ ଏବଂ ଡିପ୍ରେସନ୍ ଆଦି ସମସ୍ୟା ଦେଖା ଦିଏ । ଏହାକୁ Male Menstruation ବା Man-struation ବୋଲି ମଧ୍ୟ କୁହାଯାଏ । ବିଶେଷ କରି ବୟସ ବୃଦ୍ଧି, ଲାଇଫଷ୍ଟାଇଲ, ଚିନ୍ତା, ଖରାପ ଖାଦ୍ୟପେୟ, ଉପଯୁକ୍ତ ବ୍ୟାୟାମ ନ କରିବା, ଯଥେଷ୍ଟ ନିଦ ପୂରଣ ନ ହେବା, ଓଜନ ବୃଦ୍ଧି ବା ହ୍ରାସ ଏବଂ ଅନ୍ୟାନ୍ୟ ମେଡିକାଲ କଣ୍ଡିସନ୍ ଦାୟୀ ରହିଥାଏ ।

IMSର ଲକ୍ଷଣ: ମୁଡ୍ ସ୍ୱିଙ୍ଗସ, କ୍ଳାନ୍ତ, କ୍ରୋଧ, ଡିପ୍ରେସନ୍, ଶାରୀରିକ ସମ୍ବନ୍ଧ ରକିବା ପାଇଁ ଅନିଚ୍ଛା, ହାଇପର ସେନ୍ସିଭିଟି, ଏନଞ୍ଜାଇଟି, ସ୍ମରଣଶକ୍ତି ହ୍ରାସ, ଇମୋସନାଲ ୱିଡ୍ରଲ, ମିଳାମିଶା କମ୍ କରିବା ଇତ୍ୟାଦି ଏହାର ପ୍ରମୁଖ ଲକ୍ଷଣ ହୋଇଥାଏ । ତେବେ ସନ୍ତୁଳିତ ଖାଦ୍ୟ, ଉପଯୁକ୍ତ ବ୍ୟାୟାମ କରିବା ସହିତ ଷ୍ଟ୍ରେସ କମ୍ କରିବା ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ପୁରୁଷ ।

Get real time updates directly on you device, subscribe now.