fbpx

ମୁଣ୍ଡଳି ବ୍ୟାରେଜ୍‌ରେ ହାତୀ ଫଶିବା ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ମାନସିକ ଚାପ ଯୋଗୁଁ ମରିଛି ଦନ୍ତା

କଟକ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମହାନଦୀର ମୁଣ୍ଡଳି ବ୍ୟାରେଜ୍‌ରେ ଫଶି ରହି ପରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ମାନସିକ ଚାପ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ବ୍ୟବଚ୍ଛେଦର ୭୨ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏନେଇ ସାଲେପୁର ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ବନବିଭାଗକୁ ରିପୋର୍ଟ ଦେଇଛନ୍ତି । ତେବେ ଏହି ରିପୋର୍ଟକୁ ନେଇ ଅନେକ ମହଲରୁ ପ୍ରଶ୍ନ ଉଠିବାରେ ଲାଗିଛି । ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ଯେ କେବଳ ମାନସିକ ଚାପ ଯୋଗୁଁ କ’ଣ ଏକ ହାତୀର ମୃତ୍ୟୁ ହୋଇଯିବ ।

ସୂଚନାଯୋଗ୍ୟ, ମହାନଦୀର ମୁଣ୍ଡଳି ବ୍ୟାରେଜ୍‌ରେ ଗତମାସ ୨୪ରେ ହାତୀଟି ଫସି ରହିଥିଲା । ଏହି ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବା ଯୁବ ସାମ୍ବାଦିକ ଅରିନ୍ଦ ଦାସ, ଓଡ୍ରାଫ ଟିମ୍‌ର ସୀତାରାମ ମୁର୍ମୁଙ୍କ ଜୀବନ ଯାଇଥିଲା । ତେବେ ୨୬ ତାରିଖରେ ଦନ୍ତାର ମୃତଦେହ ଯୋବ୍ରା ଆନିକଟ ନିକଟରେ ଠାବ କରାଯାଇଥିଲା । ସେହି ରି ୨୮ତାରିଖରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏହି ରିପୋର୍ଟ ଗୁରୁବାର ସାମ୍ନାକୁ ଆସିଛି ।

Get real time updates directly on you device, subscribe now.