ମାନସିକ ରୋଗୀ ନାବାଳିକା ସହ ଦୁଷ୍କର୍ମ, ଗର୍ଭବତୀ କରାଇ ସମ୍ପର୍କୀୟ ମାମୁ ଫେରାର୍
ନାବାଳିକାକୁ ଦୁଷ୍କର୍ମ, ସମ୍ପର୍କୀୟ ମାମୁ ଫେରାର
ଭଞ୍ଜନଗର: ଦେଶ ତଥା ରାଜ୍ୟରେ ଦୁଷ୍କର୍ମ ମାମଲା ବନ୍ଦ ହେବାର ନାଁ ନେଉନି । ବର୍ତ୍ତମାନ ଭଞ୍ଜନଗରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାକୁ ଦୁଷ୍କର୍ମ କରାଯାଇଛି ବୋଲି ଥାନାରେ ଅଭିଯୋଗ ହୋଇଛି ।
ଗର୍ଭବତୀ ପରେ ଜଣାପଡ଼ିଲା ଘଟଣା: ଦୁଷ୍କର୍ମ କରିଛି ସଂପର୍କୀୟ ମାମୁ । ସେ ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର ହୋଇଯାଇଛି । ଏହି ଘଟଣା ସେତେବେଳେ ଜଣାପଡ଼ିଲା, ଯେତେବେଳେ ନାବାଳିକା ଜଣକ ଗର୍ଭବତୀ ବୋଲି ଜଣାପଡ଼ିଲା । ନାବଳିକା ବର୍ତ୍ତମାନ ୫ ମାସର ଗର୍ଭବତୀ ।
ନ୍ୟାୟ ପାଇଁ ଦାବି କଲେ ପୀଡ଼ିତାଙ୍କ ବାପା: ଗାଙ୍ଗପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ମାମଲା ରୁଜୁ କରି ଚୁପ୍ ବସିଛି ଗାଙ୍ଗପୁର ଥାନା ପୋଲିସ । ଅଭିଯୁକ୍ତକୁ ଦଣ୍ଡ ମିଳୁ ବୋଲି ନାବାଳିକା ବାପା ଦାବି କରିଛନ୍ତି । ଯଦି ନାବାଳିକାଙ୍କୁ ନ୍ୟାୟ ନମିଳେ ତେବେ ପୂରା ପରିବାର ଆତ୍ମାହୁତି ଦେବ ବୋଲି ଚେତାବନୀ ଦେଇଛନ୍ତି ପୀଡ଼ିତାଙ୍କ ବାପା ।