fbpx

(Video) ମେରା ଭାରତ ମହାନ୍… ପାକିସ୍ତାନୀଙ୍କ ମୁହଁରେ ‘ଜନ-ଗଣ-ମନ’: ଶତୃ ବି ଗାଇଲା ଭାରତର ଜାତୀୟ ସଂଗୀତ

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତାର ୭୭ ବର୍ଷ ପୂରଣ କରିଛି । ଗତକାଲି ୭୮ ତମ ସ୍ୱାଧୀନତା ଦିବସ ପାଳନ କରିଛି ସାରା ଭାରତ । ସମଗ୍ର ଦେଶରେ ଭାରତ ମାତାର ଜୟଗାନ ସହିତ ଜାତୀୟ ସଂଗୀତରେ କମ୍ପି ଉଠିଥିଲା । ଦେଶର ପ୍ରତିଟି ନାଗରିକ ନିଜକୁ ସ୍ୱାଧୀନ ବୋଲି ଗର୍ବରେ କହୁଥିଲା ‘ମେରା ଭାରତ ମହାନ୍’ । କିନ୍ତୁ ଆଜି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଭାରତର ସବୁଠୁ ବଡ଼ ଶତୃ ବୋଲି କୁହା ଯାଉଥିବା ପାକିସ୍ତାନ ମଧ୍ୟ ଭାରତର ଜରତୀୟ ସଂଗୀତ ଗାନ କରିଛି । ପାକିସ୍ତାନର କିଛି ବାସିନ୍ଦା ମଧ୍ୟ ‘ଜନ-ଗଣ-ମନ…’ ଗାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ଅଗଷ୍ଟ ୧୫ ତାରିଖରେ ସାରା ଭାରତ ସ୍ୱାଧୀନତା ଦିବସ ପାଳନ କରି ଜାତୀୟ ସଂଗୀତ ଗାନ କରିଛି । କିନ୍ତୁ ଏହାର ଦିନକ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ନିଜ ସ୍ୱାଧୀନତା ଦିବସ ପାଳନ କରିଛି ପାକିସ୍ତାନ । ଏହି ଅବସରରେ କିଛି ଭାରତୀୟ ଜନ-ଗଣ-ମନ ଗାଉଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖାଯାଇଛି । ତେବେ କେବଳ ଭାରତୀୟ ନୁହେଁ, ପାକିସ୍ତାନର କିଛି ବାସିନ୍ଦା ମଧ୍ୟ ଭାରତୀୟଙ୍କ ସହ ସ୍ୱର ମିଳାଇ ଭାରତର ଜାତୀୟ ସଂଗୀତ ଗାନ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବର୍ତ୍ତମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଆଣି ଦେଇଛି । ପାକିସ୍ତାନ ଭଳି ଶତୃରାଷ୍ଟ୍ରରେ ଭାରତର ଜାତୀୟ ସଂଗୀତକୁ ଏପରି ସମ୍ମାନ ଦେଖି ସମସ୍ତଙ୍କ ଆଖିରେ ଦେଶପ୍ରେମର ଝଲକ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Farid Qureshi (@faridqureshi_uk)

ଏହି ଭିଡିଓ ପୋଷ୍ଟ କରିଥିବା ୟୁଜର ଫରୀଦ କ୍ୟୁରେଶୀ ଲେଖିଛନ୍ତି ଯେ, “ବ୍ରିଟେନ୍ ଦ୍ୱାରା ବିଭାଜିତ, ବ୍ରିଟେନ୍ ଦ୍ୱାରା ଏକଜୁଟ”… ପାକିସ୍ତାନୀ ଏବଂ ଭାରତୀୟ ଉଭୟ ଏକା ସାଙ୍ଗରେ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି । ଏହି ଭିଡିଓରେ ଦର୍ଶକ ଭାରତର ରାଷ୍ଟଗାନକୁ ସମ୍ମାନ ଜଣାଇଛନ୍ତି । ଏହାପୂର୍ବରୁ ପାକିସ୍ତାନର ଜାତୀୟ ସଂଗୀତ ଗାନ ହୋଇଥିଲା, ଯାହାକୁ ଭାରତୀୟ ମାନେ ମଧ୍ୟ ଉଚିତ୍ ସମ୍ମାନ ଜଣାଇଥିଲେ । ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର ହେବା ପରେ ଏହାକୁ ୨୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଏହା ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.