fbpx

ଜଳପରୀ ନା ଏଲିୟନ୍? ସମୁଦ୍ର କୂଳରେ ଲାଗିଲା ରହସ୍ୟମୟୀ ଜୀବ: ଭେଦ ପାଉନାହାନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ପୃଥିବୀ ବ୍ୟତୀତ ବିଭିନ୍ନ ସ୍ଥାନରେ ଜୀବଜଗତ ରହିବା ସମ୍ଭବ କି ନୁହେଁ, ତାହାକୁ ନେଇ ରିସର୍ଚ୍ଚ ଜାରି ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଭେଦ କରିପାରି ନାହାନ୍ତି ଏକ୍ସପର୍ଟ । ତେବେ ସମୁଦ୍ର ଭିତରେ ଅନେକ ଜୀବ ରହିଛନ୍ତି ଯେଉଁମାନଙ୍କ ବିଷୟରେ ଅନେକ ଲୋକ ଖୁବ କମ୍ ଜାଣିଥାନ୍ତି । ମାଛ, କଇଁଛ ଏବଂ କୁମ୍ଭୀର ବ୍ୟତୀତ ଆହୁରି ଅନେକ ପ୍ରଜାତିର ଜଳଚର ସମୁଦ୍ର ମଧ୍ୟରେ ଜୀବନଯାପନ କରିଥାନ୍ତି । ତେବେ ନିକଟରେ ସମୁଦ୍ର କୂଳରେ ଏଭଳି ଏକ ବିରଳ ଜୀବ ଉଦ୍ଧାର ହୋଇଛି । ଯାହାକୁ ଲୋକେ ଜଳପରୀ ନା ଏଲିୟନ୍ ବୋଲି ସନ୍ଦେହ ଘେରରେ ପଡ଼ି ଯାଇଛନ୍ତି ।

ନିକଟରେ ପପୁଆ ନ୍ୟୁ ଗିନିରେ ଏଭଳି ଏକ ବିରଳ ପ୍ରଜାତିର ଜୀବ ଉଦ୍ଧାର ହୋଇଛି । ଧଳା ରଙ୍ଗର ବିଶାଳ ଆକରରେ ଏକ ମୃତ ଜୀବକୁ ଉଦ୍ଧାର କରାଯାଇଛି । ତେବେ ଏହାର ଗଢଣୀ ସମ୍ପୂର୍ଣ୍ଣ ରୂପରେ ଜଳପରୀ ଭଳି ମନେ ହେଉଛି । ତେବେ ଏହାର ଶରୀରର ଉପରି ଭାଗ ମଣିଷ ଭଳି ନ ହୋଇଥିଲେ ମଧ୍ୟ ଲାଞ୍ଜ ବିଲକୁଲ ଏକ ଜଳପରୀ ସଦୃଶ ହୋଇଛି । ଯେଉଁ ଜଳପରୀ ବିଷୟରେ ବିଭିନ୍ନ ବହି ବା କାହାଣୀରେ ବର୍ଣ୍ଣନା କରାଯାଇଥାଏ । ଏଭଳି ଏକ ଅଦ୍ଭୁତ ଜୀବର ଫଟୋ ଫେସବୁକରେ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଦେଖଣାହାରୀଙ୍କ ସମେତ ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର ମଧ୍ୟ ଏହାକୁ ଜଳପରୀ ବୋଲି କହୁଛନ୍ତି । ତେବେ ଫେସବୁକରେ ହି ଫଟୋ ସେୟାର ହେବା ପରେ ଅନେକ ୟୁଜର ଏହାକୁ ଜଳପରୀ କହିଥିବା ବେଳେ କିଛି ୟୁଜର ଏହାକୁ ଦ୍ୱୈତ୍ୟ ଏବଂ କିଛି ଲୋକ ଏଲିୟନ ବୋଲି କହିଛନ୍ତି ।

ଏହି ୟୁଜରଙ୍କ ଫଟୋକୁ ଦେଖି ବିଶେଷଜ୍ଞ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି । ଏକ୍ସପର୍ଟମାନଙ୍କ ପକ୍ଷରେ ଏହାକୁ ଚିହ୍ନିବା କଷ୍ଟସାଧ୍ୟ ହୋଇ ପଡ଼ିଛି । ଏହାକୁ ଦେଖି ସେମାନେ କହିଛନ୍ତି ଯେ, ଏଭଳି ଏକ ବିରଳ ସାମୁଦ୍ରିକ ଜୀବ ପୃଥିବୀରେ ରହିଥିବା ଜାଣି ଏକ୍ସପର୍ଟ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ତେବେ ଏହାକୁ ଏକ ଗ୍ଲୋବଷ୍ଟର ବା ସମୁଦ୍ରରେ ବହି ଆସିଥିବା ଏକ ଅଜ୍ଞାତ ଜୀବ ବୋଲି କୁହାଯାଇଛି । ଏହାର ଶରୀରର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇ ଥିବାରୁ ଏହାର ଉତ୍ପତ୍ତି ସମ୍ପର୍କରେ ଜାଣିବା କଷ୍ଟକର ହୋଇପଡ଼ିଛି । ତେବେ ଆଉ କିଛି ଅଂଶ ସମୁଦ୍ରରେ ରହି ଯାଇଛି ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.