fbpx
BSKY SKY
BSKY SKY

ମେଟାର କଠୋର ନିଷ୍ପତ୍ତି: ନୂଆ ନିୟମ ଅନୁସାରେ ବ୍ୟାନ କଲା ହ୍ୱାଟ୍ସଆପ ଆକାଉଣ୍ଟ

BSKY

ନୂଆଦିଲ୍ଲୀ: ନୂଆ ସୋସିଆଲ ମିଡିଆ କମ୍ପାନୀ ମେଟା ନେଇଛି ଏକ କଠୋର ଆକ୍ସନ । ନୂଆ ନିୟମ ଅନୁସାରେ ବ୍ୟାନ କରିଛି ଲକ୍ଷାଧିକ ଲୋକଙ୍କ ହ୍ୱାଟ୍ସଆପ ଆକାଉଣ୍ଟ ।୨୦୨୧ ର ନୂଆ ଆଇଟି ନିୟମ ଅନୁଯାୟୀ ଗତ ମାସ(ଡିସେମ୍ବର)ରେ ମୋଟ ୨ ଲକ୍ଷ ୭୯ ହଜାର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ମେଟା କମ୍ପାନୀ । ଏ ନେଇ ସୂଚନା ଦେଇଛନ୍ତି ହ୍ୱାଟ୍ସଆପର ଜଣେ ମୁଖପାତ୍ର । ହ୍ୱାଟ୍ସଆପର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ମେସେଜିଙ୍ଗ ସେବାରେ ହେଉଥିବା କିଛି ଦୁର୍ôବ୍ୟହାରକୁ ରୋକିବା ପାଇଁ ଚେଷ୍ଟା କରୁଛି କମ୍ପାନୀ । ଏହି ଦୁରୂପଯୋଗ ଆଧାରରେ ଚିହ୍ନଟ ହୋଇଥିବା ଆକାଉଣ୍ଟଗୁଡିକୁ ଡିସେମ୍ବର ୧ରୁ ୩୧ ମଧ୍ୟରେ ପ୍ରତିବନ୍ଧକ ଲଗାଯାଇଛି ।

Get real time updates directly on you device, subscribe now.